ଜାତୀୟ

ନ୍ୟୁୟର୍କରୁ ମିଳିଲା ଦ୍ୱାଦଶ ଶତାବ୍ଦୀରେ ଭାରତରୁ ଚୋରି ହୋଇଥିଲା ପ୍ରତିମୂର୍ତ୍ତି

ଦ୍ୱାଦଶ ଶତାବ୍ଦୀରେ ତାମିଲନାଡୁରୁ ଏକ ଦୁର୍ଲଭ ଦେବୀମୂର୍ତ୍ତି ଚୋରି ହୋଇଥିଲା । ପ୍ରାୟ  ୫୧ ବର୍ଷ ପରେ ଏବେ ଏହା ଆମେରିକାର ନ୍ୟୁୟର୍କ  ସହରରେ ଠାବ ହୋଇଛି । ଦ୍ୱାଦଶ ଶତାବ୍ଦୀର ଏହି  ମୂର୍ତ୍ତି ମାଆ ପାର୍ବତୀଙ୍କର । ୧୯୭୧ରେ ଚୋରି ହୋଇଥିବା ଏହି ମୂର୍ତ୍ତି ବୋନହାମ୍‌ସ ଅକ୍ସନ୍‌  ହାଉସ୍‌ରେ ଚିହ୍ନଟ କରାଯାଇଛି । ବୋନହାମ୍‌ସ ହେଉଛି ଏକ ଅନ୍ତର୍ଜାତୀୟ ନିଲାମ ପରିଚାଳନାକାରୀ ଘରୋଇ  ସଂସ୍ଥା, ଯାହାର ମୁଖ୍ୟକାର୍ଯ୍ୟାଳୟ ଲଣ୍ଡନରେ ରହିଛି । ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ମୁତାବକ, ଏହି ମୂର୍ତ୍ତି ୧୯୭୧ରେ ନନ୍ଦନପୁରେଶ୍ୱରର ଶିବ ମନ୍ଦିରରୁ ଚୋରି ହୋଇଥିଲା ।  ସେତେବେଳେ ବହୁ ଖୋଜାଖୋଜି ପରେ ବି ସନ୍ଧାନ ମିଳି  ନଥିଲା । ବର୍ତ୍ତମାନ ଏହାକୁ ନ୍ୟୁୟର୍କରେ ଠାବ କରାଯିବା ପରେ ଏଥିସଂକ୍ରାନ୍ତ ଦସ୍ତାବିଜ ପ୍ରସ୍ତୁତ କରାଯାଉଛି । ମୂର୍ତ୍ତିକୁ ଖୁବଶୀଘ୍ର  ଭାରତ ଫେରାଇ ଅଣାଯିବ । ଉଲ୍ଲେଖଯୋଗ୍ୟ, କିଛି ବର୍ଷ ହେଲା  ଭାରତ ଏହାର ପୁରୁଣା ତଥା ଦୁର୍ଲଭ ମୂର୍ତ୍ତି ଓ କଳାକୃତି ଉଦ୍ଧାର  ପାଇଁ ଉଦ୍ୟମ ଆରମ୍ଭ କରିଛି । ମନ୍ଦିରଗୁଡ଼ିକରୁ ଚୋରିଯାଇଥିବା  କଳାକୃତିକୁ ଫେରି ପାଇବା ପାଇଁ ଚେଷ୍ଟା କରାଯାଉଛି । ୨୦୧୪  ପରଠାରୁ ଭାରତକୁ ସଫଳତାପୂର୍ବକ ୨୦୦ରୁ ଅଧିକ ମୂଲ୍ୟବାନ  ମୂର୍ତ୍ତି ଫେରାଇ ଅଣାଯାଇଥିବା ଚଳିତବର୍ଷ ଫେବ୍ରୁଆରୀରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com