ଓଡ଼ିଶା

ବିଏମ୍‌ସି ଘଟଣା ଉପରେ ସିପିଙ୍କ କଠୋର ଅବସ୍ଥାନ, ତଦନ୍ତ ଜାରି, ସୁରକ୍ଷା ବୃଦ୍ଧି ପାଇଁ ପଦକ୍ଷେପ ଘୋଷଣା ।

ଭୁବନେଶ୍ୱର ୦୩/ଜୁଲାଇ : ବୁଧବାର ପୂର୍ବାହ୍ନରେ ଭୁବନେଶ୍ୱର-କଟକ ପୁଲିସ କମିସନର ଏସ୍‌ ଦେବଦତ୍ତ ସିଂ ବିଏମ୍‌ସି କମିସନର ରାଜେଶ ପ୍ରଭାକର ପାଟିଲଙ୍କ ସହ ଭେଟି ହେବା ସହ ବିଏମ୍‌ସି ଘଟଣା ଉପରେ ଗମ୍ଭୀର ଆଲୋଚନା କରିଛନ୍ତି। ଘଟଣା ସମ୍ବନ୍ଧୀୟ ତଥ୍ୟ ଅଧିକ ସଠିକ୍ ଭାବେ ବୁଝିବାକୁ ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ବି ଆଲୋଚନାରେ ସମିଲ କରାଯାଇଥିଲା। ସିପି ସିଂ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆକ୍ରମଣ ଘଟଣା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଯାଇଛି ଓ ଏପର୍ଯ୍ୟନ୍ତ ୫ ଜଣ ଗିରଫ ହୋଇଛନ୍ତି। ସିପି ସିଂ ସଂପ୍ରତି ଘଟଣାକୁ ଗଭୀରତାର ସହିତ ନେଇ ଚାଲିଛନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଘଟଣା ସହିତ ସଂପୃକ୍ତ ଥିବା ସମସ୍ତଙ୍କୁ ଚିହ୍ନଟ କରି ଗିରଫ କରାଯିବା ନିମିତ୍ତରେ ତଦନ୍ତ ଜାରି ରହିଛି। ସେ କହିଛନ୍ତି ଯେ ଗଣତନ୍ତ୍ରରେ ସରକାରୀ ଅଧିକାରୀ ଲୋକଙ୍କ ମଧ୍ୟରେ ରହି କାମ କରନ୍ତି, ତେଣୁ ସେମାନଙ୍କ ଉପରେ ଆକ୍ରମଣ ହେବା ଏକ ଗମ୍ଭୀର ବିଷୟ। ଏହିପରି ଘଟଣା ଆଗାମୀରେ ପୁନରାବୃତ୍ତି ନ ହେବାକୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯିବ। ସିପି ସିଂ ଏହି ବିଷୟରେ ଆଉ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛନ୍ତି ସୁରକ୍ଷାରେ ଯେଉଁ ଏକ୍ସ ସର୍ଭିସମ୍ୟାନ୍‌ (ପୂର୍ବ ସେନା ଅଧିକାରୀ) ରହିଛନ୍ତି, ସେମାନଙ୍କୁ ଟ୍ରେନିଂ ଦିଆଯିବ। ସେମାନଙ୍କର ଦକ୍ଷତା ଓ ପ୍ରତିକ୍ରିୟା କ୍ଷମତାକୁ ବଢ଼ାଇ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ନିରାପଦ କରାଯିବ। ଏହି ପଦକ୍ଷେପ ଆଗାମୀ ଦିନରେ ବିଏମ୍‌ସି ଅଫିସ୍‌ର ସମସ୍ତ ଅଧିକାରୀ, କର୍ମଚାରୀ ଓ ଆଗନ୍ତୁକଙ୍କ ପାଇଁ ଏକ ସୁରକ୍ଷିତ ପରିବେଶ ନିଶ୍ଚିତ କରିବ।

 

Related Articles

Back to top button