ଓଡ଼ିଶାରାଜନୀତି

କହୁ କହୁ ସତ କହିଲେ ସୁଲୋଚନା ଦାସ …

 

ଭୁବନେଶ୍ୱର, ୨।୭: BMC ଅତିରିକ୍ତ କମିଶନର ଉପରେ ହୁଏଥିବା ଆକ୍ରମଣ ଘଟଣା ଉପରେ ମେୟର ସୁଲୋଚନା ଦାସ ମୁହଁ ଖୋଲି ଏହାକୁ ନିନ୍ଦନୀୟ ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଏଘଟଣାରେ ମାଷ୍ଟରମାଇଣ୍ଡ କିଏ ତାହା ସ୍ପଷ୍ଟ ହୋଇସାରିଛି ଏବଂ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳିଲେ କେହି ଆଇନକୁ ହାତକୁ ନେବେ ନାହିଁ। ସଫେଇ କର୍ମଚାରୀଙ୍କୁ କାମରେ ଯୋଗାଇବା ଚେଷ୍ଟା ହେଲେ ମଧ୍ୟ OAS ସଂଘ ନିଷ୍ପତ୍ତି ଅନୁସାରେ ସେମାନେ ଛୁଟିରେ ଅଛନ୍ତି, ଏବଂ BMCର କାର୍ଯ୍ୟ ଠପ ହୋଇଛି। ମେୟର ଘୋଷଣା କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ଧରା ପଡ଼ିବା ନାହିଁ ପର୍ଯ୍ୟନ୍ତ କେହି କାମରେ ଯୋଗ ଦେବେ ନାହିଁ।

ଅନ୍ୟପଟେ, ଏହି ଆକ୍ରମଣ ଘଟଣା ବିଷୟରେ ଜଣେ ଅନ୍ୟତମ ନେତା ଜଗନ୍ନାଥ ପ୍ରଧାନ ମଧ୍ୟ ସ୍ପଷ୍ଟ ମତ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଅତିରିକ୍ତ କମିଶନର ରତ୍ନାକର ସାହୁ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ ଓ ଜଣେ ସ୍ବଚ୍ଛ ସାଥୀ ଭଉଣୀଙ୍କ ଜାତି ଓ ବ୍ୟକ୍ତିଗତ ମାନମର୍ଜାଦାକୁ ନେଇ ଅପମାନ କରିଥିଲେ। ଏହି ଘଟଣା ପରେ ଏକ ଭିଡିଓ ଓ ସୋସିଆଲ ମିଡିଆ ମଧ୍ୟରେ ମତାମତ ଦେଇଥିଲେ। ଅଭିଯୋଗ ଅନୁସାରେ ଆକ୍ରମଣକାରୀ ଯୁବକମାନେ ରତ୍ନାକର ସାହୁଙ୍କୁ “ଜଗା ଭାଇଙ୍କ ସହ କଥା ହୋଇଛି କି?” ବୋଲି ପଚାରି ଆକ୍ରମଣ କରିଥିଲେ। ଏହା ପଛରେ ରାଜନୈତିକ ପ୍ରଭାବ ବିମର୍ଶରେ ଆସିଥିଲା ବେଳେ, ପ୍ରଧାନ ସ୍ପଷ୍ଟ କରିଛନ୍ତି ଯେ ମୁଁ ଦୁଇଜଣ ଅଭିଯୁକ୍ତକୁ ଚିହ୍ନିପାରିଛି, ତେବେ ଏହି ଘଟଣା ଅପରାଧିକ ଓ ନିନ୍ଦନୀୟ। ସେ ଆହୁରି କହିଛନ୍ତି ଯେ ଏହା ଭାଜପା ବା ବିଜେଡି ଭିତ୍ତିକ ଘଟଣା ନୁହେଁ, ଆଇନ ଅନୁଯାୟୀ ଦୋଷୀ ଦଣ୍ଡିତ ହେବେ।

 

Related Articles

Back to top button