କ୍ରୀଡ଼ା

ଭାରତ-ନ୍ୟୁଜିଲାଣ୍ଡ ସିରିଜରେ ମ୍ୟାନେଜର ରହିବେ ଓଡ଼ିଆ ପୁଅ ଶିବବ୍ରତ

ଭୁବନେଶ୍ୱର, ୧୭/୦୧/୨୦୨୩ –    ବୁଧବାର ଠାରୁ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟିକିଆ ଦିନିକିଆ କ୍ରିକେଟ ସିରିଜ ଆରମ୍ଭ ହେବ । ଏଥିପାଇଁ OCA ସଦସ୍ୟ ଶିବବ୍ରତ ମଲ୍ଲିକ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ ହୋଇଛନ୍ତି ।

ଶିବବ୍ରତଙ୍କୁ BCCI ମ୍ୟାନେଜର ଭାବେ ନିଯୁକ୍ତି ଦେବା ପରେ ତାଙ୍କୁ OCA ସଭାପତି ପ୍ରଣବ ପ୍ରକାଶ ଦାସ ଓ ସଂପାଦକ ସଂଜୟ ବେହେରା ଶୁଭେଚ୍ଛା ଜଣାଇଛନ୍ତି ।  ୩ ଟି ଦିନିକିଆରେ ମ୍ୟାନେଜର ଦାୟିତ୍ୱ ତୁଲାଇବେ ଶିବବ୍ରତ । ଏହି ୩ଟି ମ୍ୟାଚ ହାଇଦ୍ରାବାଦ, ରାଜକୋଟ ଓ ଇନ୍ଦୋରରେ ଖେଳାଯିବ ।

ବର୍ତ୍ତମାନ ସମୟରେ ଓଡ଼ିଶାର କ୍ରିକେଟରମାନେ ଜାତୀୟ ସ୍ତରରେ ସ୍ଥାନ ପାଇବା ବିରଳ । ତେଣୁ ଏପରି ସ୍ଥିତିରେ ମ୍ୟାନେଜର ଭାବେ ସ୍ଥାନ ପାଇ ଶିବବ୍ରତ ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ଶିବବ୍ରତଙ୍କ ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com