ବିଜ୍ଞାନ ଓ ପ୍ରଯୁକ୍ତି

‘ଭାବପ୍ରବଣ ମୁହୂର୍ତ୍ତ’: ଗୁପ୍ତ ବୈଠକରେ ଜାତୀୟ ସଙ୍ଗୀତ ଗାନ କଲେ ୟୁକ୍ରେନ ସଂସଦର ସଦସ୍ୟ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ୟୁକ୍ରେନ ଏବଂ ରୁଷ ଯୁଦ୍ଧକୁ ଏକ ସପ୍ତାହରୁ ଅଧିକ ସମୟ ବିତିଛି । ଯୁଦ୍ଧ ବଢିବା ସହ ୟୁକ୍ରେନରୁ ଭୟଙ୍କର ଦୃଶ୍ୟ ସବୁ ସାମ୍ନାକୁ ଆସୁଛି । ଏହାରି ଭିତରେ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଭାବୁକ କରିଛି । ୟୁକ୍ରେନର ପାର୍ଲିଆମେଣ୍ଟର ପାଖାପାଖି ୩୦୦ ସଦସ୍ୟ ଗୁପ୍ତ ବୈଠକରେ ଏକାଠି ହୋଇ ନିଜ ଦେଶର ଜାତୀୟ ସଙ୍ଗୀତ ଗାନ କରିଛନ୍ତି।
ଏହି ଗୁପ୍ତ ବୈଠକର ଭିଡିଓରେ ୟୁକ୍ରେନର ସାଂସଦମାନେ ଏକାଠି ହୋଇଛନ୍ତି । ସାଂସଦମାନେ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ବେଳେ ଅଧିକାଂଶ ନିଜ ଛାତିରେ ହାତ ରଖିଥିବା ଦେଖିବାକୁ ମିଳୁଛି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ।
ୟୁକ୍ରେନ ପାର୍ଲିଆମେଣ୍ଟର ସଦସ୍ୟ କିରା ରୁଡିକ୍ କହିଛନ୍ତି, ‘ଆମେ ଜାଣୁ ବିପଦ ରହିଛି ଏବଂ ପାର୍ଲିଆମେଣ୍ଟ ଆମ ଦେଶର ପ୍ରତୀକ । ଦେଶ ଯୁଦ୍ଧ ଲଢୁଛି ଏବଂ ନିଜର କାର୍ଯ୍ୟ କରୁଛି, ପାର୍ଲିଆମେଣ୍ଟ ମଧ୍ୟ ନିଜ କାମ କରିବ । ତେଣୁ ଆମେ ଗୁପ୍ତ ଭାବେ ଏକାଠି ହୋଇଛୁ’।
‘ୟୁକ୍ରେନରେ ଥିବା ରୁଷର ସମ୍ପତ୍ତିର ଜାତୀୟ କରଣ କରିବାକୁ ସମସ୍ତ ସାଂସଦ ଭୋଟ ଦେଇଥିଲେ। ଏହା ଆମ ପାଇଁ ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ ଥିଲା’। ଏହା ପୂର୍ବରୁ ମୁଁ ଏହିପରି ଏକତା କେବେ ଦେଖି ନଥିଲି ବୋଲ କିରା କହିଛନ୍ତି।

Related Articles

Back to top button