ବାଣିଜ୍ୟ

ଆଜି ସନ୍ଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର, ୧୩/୦୨/୨୦୨୩ –   ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ ଏବଂ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ  ।  ଲୋକସେବା ଭବନରେ ବସିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ ।  ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଚିଠା ପ୍ରସ୍ତାବକୁ ଅନୁମୋଦନ ଦିଆଯିବ ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଚଳିତ ମାସ ୨୪ ତରିଖରେ ଉପସ୍ଥାପିତ ହେବ । ତେଣୁ ଆଜିର ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ରହିବ ।

ରାଜ୍ୟରେ ଚାଲିଥିବା ବିକାଶମୂଳକ କାର୍ଯ୍ୟକ୍ରମକୁ ତ୍ୱାରାନ୍ୱିତ କରିବା ପାଇଁ ଚଳିତ ବଜେଟରେ ସରକାର କିଛି ନୂଆ ଯୋଜନା ଘୋଷଣା କରିପାରନ୍ତି। ଏଥିପାଇଁ ବଜେଟରେ ବ୍ୟୟବରାଦ ପୂର୍ବବର୍ଷ ତୁଳନାରେ ନିଶ୍ଚିତ ଭାବେ ବୃଦ୍ଧି ପାଇବ । ବିଗତ କିଛି ବର୍ଷ ଧରି ରାଜ୍ୟ ସରକାର ନିଜ ବଜେଟର ଆକାର ପ୍ରାୟ ୧୦ରୁ ୧୫ ପ୍ରତିଶତ ଯାଏଁ ବୃଦ୍ଧି କରି ଆସୁଛନ୍ତି। ତେଣୁ ଉପରୋକ୍ତ ସମସ୍ତ ବିଷୟକୁ ବିଚାରକୁ ନେଲେ ରାଜ୍ୟ ବଜେଟର ଆକାର ୨.୨୪ ଲକ୍ଷ କୋଟି ଟଙ୍କା ଟପିବା ନେଇ ଆଶା କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com