କ୍ରୀଡ଼ା

ସିଏସକେର ନୂଆ ଅଧିନାୟକ ଜାଡେଜାଙ୍କୁ ଶୁଭେଚ୍ଛା ଜଣାଇଲେ ରାଇନା, କହିଲେ…

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନୀ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ପଦ ଛାଡିଛନ୍ତି । ଆଇପିଏଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ଦିନକ ପୂର୍ବରୁ ସେ ନେତୃତ୍ୱ ଛାଡି ସମସ୍ତଙ୍କୁ ଝଟକା ଦେଇଛନ୍ତି । ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜା ଦଳର ନେତୃତ୍ୱ ନେବେ । ତେବେ ଦଳର ପୂର୍ବତନ ଖେଳାଳି ସୁରେଶ ରାଇନା ଜା଼ଡେଜାଙ୍କୁ ଶୁଭେଚ୍ଛା ଜଣାଇବା ସହ ଟ୍ୱିଟରରେ ଏକ ଖାସ୍ ମେସେଜ୍ ଲେଖିଛନ୍ତି ।
ଫେବ୍ରୁଆରୀରେ ହୋଇଥିବା ଆଇପିଏଲ ନିଲାମୀରେ ବିକ୍ରି ହୋଇପାରି ନଥିବା ରାଇନା ଲେଖିଛନ୍ତି ଯେ, ସେ ତାଙ୍କ ଭାଇଙ୍କ ପାଇଁ ବହୁତ ଖୁସି ଅଛନ୍ତି । ଚେନ୍ନାଇ ପାଇଁ ଜାଡେଜାଙ୍କ ବ୍ୟତୀତ ଆଉ କେହି ଭଲ ବିକଳ୍ପ ହୋଇପାରିବେ ନାହିଁ । ଜା଼ଡେଜାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
ପୂର୍ବରୁ ଧୋନୀଙ୍କ ବିକଳ୍ପ ଭାବେ ସୁରେଶ ରାଇନାଙ୍କୁ ବିବେଚନା କରାଯାଉଥିଲା । କିନ୍ତୁ ଗତବର୍ଷ ଦଳ ଜାଡେଜାଙ୍କୁ ସାମିଲ କରିବା ପରେ ଭବିଷ୍ୟତ ରଣନୀତି ବାବଦରେ ସ୍ପଷ୍ଟ ଆଭାସ ମିଳିଥିଲା । ଚଳିତ ବର୍ଷ ରାଇନା ନିଲାମୀରେ ବିକ୍ରି ହୋଇନଥିଲେ । ତେବେ ଧୋନୀ ଚେନ୍ନାଇ ପାଇଁ ୨୧୩ଟି ମ୍ୟାଚରେ ନେତୃତ୍ୱ ନେଇଛନ୍ତି ।
ସୂଚନାଯୋଗ୍ୟ, ପୂର୍ବରୁ ଧୋନୀଙ୍କ ଅନୁପସ୍ଥିତିରେ ରାଇନା ୬ଟି ମ୍ୟାଚରେ ସିଏସକେର ନେତୃତ୍ୱ ନେଇଥିଲେ । ଉଭୟ ୨୦୨୦ ଅଗଷ୍ଟ ୧୫ ତାରିଖରେ ହିଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com