ଅନ୍ୟାନ୍ୟ

୨୦୨୪ ସୁଦ୍ଧା ପୂରଣ ହେବ ସବୁ ପଦ

 ଭୁବନେଶ୍ୱର, ୦୪/୦୧/୨୦୨୩ –   ୨୦୨୪ ସୁଦ୍ଧା ଖାଲିଥିବା ସବୁ ପଦ ପୂରଣ କରିବେ ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗକୁ ପତ୍ର ଲେଖି ୨୦୨୩ ଡିସେମ୍ବର ସୁଦ୍ଧା ଖାଲି ଥିବା ଏବଂ ଆଗକୁ ଖାଲି ହେବାକୁ ଥିବା ପଦବୀ ସମ୍ପର୍କରେ ତଥ୍ୟ ମାଗିଛନ୍ତି । ଏହି କ୍ରମରେ ବୁଧବାର ଲୋକସେବା ଭବନର ସମ୍ମିଳନୀ କକ୍ଷରେ ପ୍ରାୟ ୪୦୦ ଓଡ଼ିଶା ଲୋକସେବା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଯୁକ୍ତି ପତ୍ର ପ୍ରଦାନ କରିବେ ।

ସେହିପରି ଆସନ୍ତା ୧୨ ତାରିଖରେ ମଧ୍ୟ ମୁଖ୍ୟମନ୍ତ୍ରୀ ଜିଲ୍ଲା କେନ୍ଦ୍ରୀୟ ସମବାୟ ସଂସ୍ଥାରେ ୨୭ ଜଣ ସିଷ୍ଟମ୍‌‌ ମ୍ୟାନେଜର ଏବଂ ୨୫୪ ସହକାରୀ ମ୍ୟାନେଜରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ଏହାକୁ ମିଶାଇ ଗତ ବର୍ଷକ ଭିତରେ ବିଭିନ୍ନ ବିଭାଗ ଓ ବିଭିନ୍ନ ପଦରେ ୩୦ ହଜାରରୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଗଲାଣି ବୋଲି ସରକାରୀ ତଥ୍ୟରୁ ସ୍ପଷ୍ଟହୋଇଛି । ଫଳ ସ୍ୱରୂପ ବେକାରୀ ହାର ହ୍ରାସ କରିବାରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନରେ ରହିଛି ।

ରାଜ୍ୟ ସରକାର ଅନେକ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଥିବା ବେଳେ ଭିତ୍ତିଭୂମି ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଛନ୍ତି । ଏ ଦୃଷ୍ଟିରୁ ଶାସନ କଳରେ ପର୍ଯ୍ୟାପ୍ତ ମାନବସମ୍ବଳର ଆବଶ୍ୟକତା ରହିଛି ।  ଏହାକୁ ନଜରରେ ରଖି ୨୦୨୪ ସୁଦ୍ଧା ସମସ୍ତ ଖାଲି ପଦ ପୂରଣ ପାଇଁ ପଦକ୍ଷେପ ନିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com