ଓଡ଼ିଶା

ଆଶାଆଶଙ୍କାରେ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା, ସେବାୟତଙ୍କୁ ମନେଇବାକୁ ଡ଼କାଗଲା ବୈଠକ 

ଦାବି ପୂରଣ ହୋଇନଥିବା ପ୍ରତିବାଦରେ ଲିଙ୍ଗରାଜ ମନ୍ଦିର ଓ ପୂଜା ପଣ୍ଡା ନିଯୋଗ ନିଜର ଅସହଯୋଗ ଜାରି ରଖିଛନ୍ତି । ଏଣୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ, ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ନେଇ ଲାଗି ରହିଛି ଅନିଶ୍ଚିତତା । ମନ୍ଦିର ଟ୍ରଷ୍ଟ, ପ୍ରଶାସନ ଓ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ ବାହାରି ପାରୁନି ସମାଧାନର ବାଟ । ଶୁକ୍ରବାର ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗର ଅସହଯୋଗ ଯୋଗୁଁ ମଙ୍ଗନ କାର୍ଯ୍ୟ ବନ୍ଦ ରହିଛି । ମଙ୍ଗନ ହୋଇନଥିବାରୁ ଶୀତଳଷଷ୍ଠୀ ବା ଶିବ ବିବାହ ସମ୍ପୂର୍ଣ୍ଣ ହେବା ଉପରେ ଏବେ ଆଶଙ୍କା ଦେଖାଦେଇଛି । ଶନିବାର ଅତିରିକ୍ତ ଜିଲ୍ଲାପାଳ ଦୁଇ ନିଯୋଗ କର୍ମକର୍ତ୍ତାଙ୍କ ବୈଠକ ଡ଼କାଇଛନ୍ତି । ବୈଠକରେ ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଉପରେ ଆଲୋଚନା ହେବ । ସେପଟେ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର ସହର । ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରାଯାଇଛି । ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଳାବାବା, ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ । ବିଧିମତେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ ।

Related Articles

Back to top button
WP Twitter Auto Publish Powered By : XYZScripts.com