Breaking NewsFeaturedଓଡ଼ିଶାଶିକ୍ଷା

ଅର୍ଥ ଅଭାବରୁ କାହାର ପାଠପଢ଼ା ଅଟକି ନଯାଉ… ଏହି ଲକ୍ଷ୍ୟରେ ସମାଜସେବୀ କୀର୍ତ୍ତନ ଦାସ

ଗରିବ ଆଦିବାସୀ ପିଲାଙ୍କୁ ବଢ଼ାଇଲେ ସହାୟତାର ହାତ

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଟେଙ୍ଗନାପାଲିର ଆଦିବାସୀ ଅସହାୟ ବାଳକ ସରୋଜ ପୂର୍ଲିଆ। ପାଠପଢ଼ାରେ ଖୁବ୍‌ ଆଗ୍ରହ। କିନ୍ତୁ ଅର୍ଥ ସାଜିଛି ବାଧକ। ତେବେ ତାଙ୍କୁ +2 ରେ ନାମଲେଖାଇଲେ ସମାଜସେବୀ ତଥା ସମୀର ଦିବ୍ୟାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା କୀର୍ତ୍ତନ ଦାସ l ଅସହାୟ ସରୋଜର ଭବିଷ୍ୟତ ଗଠନ ପାଇଁ ସହାୟତାର ହାତ ବଢ଼ାଇ ଉଦାହର ସୃଷ୍ଟି କରିଛନ୍ତି କୀର୍ତ୍ତନ।

ଗରିବଙ୍କ ସେବା କରି ନିଆରା ପରିଚୟ ସୃଷ୍ଟି କରିଛି ସମୀର ଦିବ୍ୟାଙ୍ଗ ଟ୍ରଷ୍ଟ। ଯେଉଁ ପିଲାଙ୍କ ମା’-ବାପା ଏ ଦୁନିଆରେ ନାହାନ୍ତି, ସେମାନଙ୍କୁ ସଦା ସହାୟତା ପହଞ୍ଚାଉଛି ଟ୍ରଷ୍ଟ। ସରୋଜଙ୍କ ପରିବାର କହିଲେ ଦୁଇ ଭଉଣୀ ଓ ଦୁଇ ଭାଇ। ଏମାନେ ଛୋଟ ଦିନରୁ ମା-ବାପା ଙ୍କ ସ୍ନେହ ମମତା ଜାଣିନାହାନ୍ତି। ଏମାନଙ୍କ ସାହା ଭରସା ହେଉଛି ବଡ଼ ଭଉଣୀ। ଦିନ ମଜୁରୀ କରି ଚଳାଉଛନ୍ତି ପରିବାର। ହେଲେ ସରୋଜ ନିଷ୍ଠାର ସହ ପାଠ ପଢି ଆସୁଥିଲେ l କିନ୍ତୁ ମ୍ୟାଟ୍ରିକ୍‌ ପାସ କଲା ପରେ ତାଙ୍କ ପାଖରେ +2ରେ ନାମ ଲେଖାଇବା ପାଇଁ ଟଙ୍କା ନଥିଲା। ଏ ବିଷୟରେ କୀର୍ତ୍ତନ ଜାଣିବା ପରେ ସରୋଜ ପୂରଲିଆଙ୍କୁ ଡକାଇ ଶରଧାପାଲି ଗିରିଧାରୀ କଲେଜରେ ନାମ ଲେଖାଇ ଥିଲେ l ତେବେ କେବଳ ଏତିକି ନୁହେଁ କୁମ୍ବାରୀ ଗ୍ରାମର ମାନସ ସାହୁ +3ରେ, ଗନିଆପାଲି ଗ୍ରାମର ଝିଅ ଶିଖା ମାଝୀଙ୍କ ମଧ୍ୟ ନାମ ଲେଖାଇଥିଲେ କୀର୍ତ୍ତନ। ତାଙ୍କୁ ବିଭିନ୍ନ ମହଲରୁ ଧନ୍ୟବାଦ ଜ୍ଞାପନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com