Breaking Newsଓଡ଼ିଶା

ଚେତାବନୀ ସମାବେଶ କରି ସରକାରଙ୍କ ବିରୋଧରେ ରଣହୁଙ୍କାର ଦେଲେ ଚାଷୀ

ଚାଷୀ ହସିଲେ ଦେଶ ହସିବ । ହେଲେ ସରକାର ସବୁ ବେଳେ ଚାଷୀ ମାନଙ୍କୁ ଅବେହେଲା କରି ଆସୁଛନ୍ତି । ଧାନର ଧାର୍ୟ୍ୟ ମୂଲ୍ୟ ସହ ଇନପୁଟ୍ ସବସିଡି ମଧ୍ୟ ପାଇ ପାରୁ ନାହାଁନ୍ତି ଚାଷୀ । ଏହାର ପ୍ରତିବାଦରେ ବରଗଡ଼ ଜିଲ୍ଲା ପଦ୍ମପୁର ଗୋରୁ ବଜାର ଠାରେ ଏକ ବିରାଟ କୃଷକ ଚେତାବନୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।

ସେପଟେ ଜିଲ୍ଲା ମାନ୍ୟତା ସହ ଓଡ଼ିଶା ସରକାର ଗତ ଉପ ନିର୍ବାଚନ ରେ ପଦ୍ମପୁର ବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଶୀଘ୍ର ପୂରଣ କରନ୍ତୁ ବୋଲି ଦାବି କରିଛନ୍ତି । ଏହି ସମାବେଶରେ ରାଜ ବୋଡାସମ୍ବର କୃଷକ ସଂଗଠନ ଏବଂ ଦିଲ୍ଲୀ ରୁ ଆସିଥିବା ସଂଯୁକ୍ତ କିଷାନ ମୋର୍ଚ୍ଚା ଓ ଜିଲ୍ଲାର ବ୍ଲକର ବିଭିନ୍ନ ଅଞ୍ଚଳ ରୁ ଆସିଥିବା ହଜାର ହଜାର ସଂଖ୍ୟା ରେ ଚାଷୀ ମାନେ ଯୋଗଦେଇଥିଲେ।

ପଦ୍ମପୁର ରେ ଏକ ବିରାଟ ରାଲି କରି ଗୋରୁ ବଜାର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ତେବେ ଆଗକୁ ଦାବୀ ପୂରଣ ନ ହେଲେ ଆହୁରି ଭୟଙ୍କର ହେବା ସହିତ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ ।

Related Articles

Back to top button
WP Twitter Auto Publish Powered By : XYZScripts.com