ଓଡ଼ିଶା

ସାତକୋଶିଆ ଅଭୟାରଣ୍ୟକୁ ମିଳିଲା “ରାମସାର ସାଇଟ୍” ମାନ୍ୟତା

ଭୁବନେଶ୍ୱର, ୦୪/୦୮/୨୦୨୨ – ଓଡିଶାର ତୃତୀୟ ସ୍ଥାନ ଭାବେ ସାତକୋଶିଆକୁ ମିଳିଲା ‘ରାମସର ସାଇଟ୍’ ମାନ୍ୟତା । ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ‘ରାମସର ସାଇଟ୍’ ଘୋଷଣାର ଉଦ୍ଦେଶ୍ୟ । ଆର୍ଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ଦେଇଥାଏ । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ୍ କରି ଏହି ଘୋଷଣା କରାଯାଇଛି । ଏଥର ଭାରତରେ ଓଡିଶାର ସାତକୋଶିଆକୁ ମିଶାଇ ମୋଟ୍ ୧୦ଟି ଆର୍ଦ୍ରଭୂମିକୁ ଏହି ମାନ୍ୟତା ଦିଆଯାଇଛି । ସେଥିମଧ୍ୟରେ ତାମିଲନାଡୁର ୬ଟି ଅଂଚଳ ରହିଥିବା ବେଳେ ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଓଡ଼ିଶାରୁ ଗୋଟିଏ ଲେଖାଏଁ ନାଁ ରହିଛି । ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି । ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକାକୁ ଏହି ମାନ୍ୟତା ମିଳିଥିଲା । ଏବେ ତୃତୀୟ ସ୍ଥାନ ଭାବେ ରାଜ୍ୟର ସାତକୋଶିଆକୁ ଏହି ମାନ୍ୟତା ମିଳିଛି । ଏପର‌୍ୟ୍ୟନ୍ତ ଦେଶରେ ମୋଟ ୬୪ଟି ଅଂଚଳ ‘ରାମସର ସାଇଟ୍’ ଘୋଷଣା କରାଯାଇଛି । ତେବେ ରାମସର ସାଇଟ୍ ମାନ୍ୟତା ମିଳିବା ପରେ ପ୍ରକୃତି ପ୍ରେମୀ ଏବଂ ପରିବେଶବିତ୍ ମାନଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳିଯାଇଛି । ଆନ୍ତର୍ଜାତିକ ସ୍ତରରେ ଓଡିଶାର ଆଉ ଏକ ସଫଳତାର ଫର୍ଦ୍ଦ ଯୋଡିହୋଇଛି । ଏହାଦ୍ୱାରା ସାତକୋଶିଆର ଅଧିକ ଉନ୍ନତି ହେବା ସହ ପର୍ଯ୍ୟଟକମାନଙ୍କ ସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com