ଓଡ଼ିଶା

ଗ୍ରାହକ ବେଶରେ ଆସି ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା, CCTVରେ କଏଦ ହେଲା ଲୁଟ୍‌ର ଦୃଶ୍ୟ

ସମ୍ବଲପୁର() ସ୍ପଷ୍ଟ ଦିବାଲୋକରେ ସମ୍ବଲପୁର ବୈଦନାଥ ଛକ ନିକଟରେ ଥିବା ଏକ ସୁନା ଦୋକାନରେ କଳାକନା ବୁଲାଇଲେ ଲୁଟେରା । ସହରର ବୈଦ୍ୟନାଥ ଛକ ନିକଟସ୍ତ ମୁନ୍ଦ୍ରା ଜ୍ବେଲର୍ସକୁ ଗ୍ରାହକ ବେଶରେ ଆସି ଲୁଟେରା ପାଖାପାଖି ୩୦୦ ଗ୍ରାମ ସୁନାଗହଣା ଥିବା ବାକ୍ସ ଲୁଟ କରିନେଇଥିବା ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁଯାୟୀ, ଦୁଇ ଜଣ ଅଜଣା ବ୍ୟକ୍ତି ଏକ ସ୍କୁଟିରେ ଆସି ଦିନ ୧ଟା ୪୦ମିନିଟରେ ସୁନା ଗହଣା ଦୋକାନରେ ପହଞ୍ଚିଥିଲେ । ଦୋକାନରୁ ସୁନା କିଣିବା ବାହାନାରେ ଆସି ୩୦୦ ଗ୍ରାମ ସୁନା ଥିବା ଏକ ଗହଣା ବାକ୍ସକୁ ସାଥିରେ ଧରି ଫେରାର ହୋଇଯାଇଥିଲା । ପରେ ସୁନା ଦୋକାନୀ ଜଣକ ଜାଣିବା ପରେ ସମ୍ବଲପୁର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଟାଉନ ଥାନା ପୋଲିସ ପହଞ୍ଚି  ଗହଣା ଲୁଟ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଲୁଟ୍ ହୋଇଥିବା ସୁନା ଗହଣାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ଦୋକାନକୁ ଗ୍ରାହକ ବେଶରେ ଆସିଥିବା ଲୁଟେରା ଜଣକ ଟୋପି  ପିନ୍ଧିଥିବା ବେଳେ ଲୁଟେରାର ଗହଣା ଦୋକାନ ବାହାରେ ଛିଡା ହୋଇଥିବା ଅନ୍ୟ ସହଯୋଗୀ ଜଣକ ହେଲମେଟ୍ ପିନ୍ଧିଥିବା ଜଣାପଡିଛି । ଲୁଟର ଲାଇଭ୍ ଫୁଟେଜ୍ ସିସିଟିଭିରେ କଏଦ  ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com