ଓଡ଼ିଶା

୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଚାଲାଣ ପାଇଁ ଜଙ୍ଗଲରେ ଲୁଚାଇଥିଲେ ମାଫିଆ

ବାଲିଗୁଡା:  ଜଙ୍ଗଲ ମଧ୍ୟରୁ ବିପୁଳ ପରିମାଣର ଗଞ୍ଜେଇ ଜବତ । କନ୍ଧମାଳ ଜିଲ୍ଲାକୁ ଗଞ୍ଜେଇର ପେଣ୍ଠସ୍ଥଳୀ କୁହାଯାଉଥିବା ବାଲିଗୁଡାରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି l ଲଣ୍ଡାଗାଁ ପଞ୍ଚାୟତର କମ୍ବାରକିଆ ଜଙ୍ଗଲରେ ଚାଲାଣ ପାଇଁ ଜଙ୍ଗଲ ମଧ୍ୟରେ ଲୁଚାଇ ରଖାଯାଇଥିବା ୯୦୭ କିଲୋଗ୍ରାମ ୬୦୦ ଗ୍ରାମ ଗଞ୍ଜେଇକୁ ଜବତ କରିଛି ବାଲିଗୁଡା ପୋଲିସ l

ବାଲିଗୁଡା ଏସଡିପିଓ   ଜି. ଆର ରେଡ୍ଡୀ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଜଙ୍ଗଲରେ ଚଢ଼ଉ କରିଥିଲେ । ଚଢଉ ବେଳେ ଏତେ ପରିମାଣର ସବୁଜ ଜହର ଜବତ ହୋଇଥିଲା । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୪୫ ଲକ୍ଷ ୩୫ ହଜାର ଟଙ୍କାରୁ ଉର୍ଦ୍ଧହେବ ବୋଲି ପୋଲିସ କହିଛି l ଏନେଇ ବାଲିଗୁଡା ଥାନାରେ ଏନଡିପି ଏସ ଆକ୍ଟରେ ମାମଲା ରୁଜୁ ହୋଇଛିl ମାମଲାରେ ପୋଲିସ କାହାକୁ ବି ଗିରଫ କରିନଥିବା ବେଳେ  ଘଟଣାର ଅଧିକ ତଦନ୍ତ ଜାରି ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com