Featuredଅନ୍ୟାନ୍ୟ

ଦିଲ୍ଲୀ ଫେରିଗଲେ ମହାମହିମ

ପାରାଦୀପ ବୋଇତ ବନ୍ଦାଣ ଉତ୍ସବରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଓଡିଶା ଆସିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ମାତ୍ରେ ଓଡିଶା ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ପ୍ରମୁଖ ତାଙ୍କୁ ସ୍ୱାଗତ ଜଣାଇଥିଲେ।

ସୋମବାର ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହୋଇଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ପରେ ସେ ପାରାଦୀପରୁ ରାଜଧାନୀ ଭୁବନେଶ୍ୱର ଫେରିଥିଲେ। ଶେଷରେ ନିଜର ଦୁଇ ଦିନିଆ ଗସ୍ତ ସାରି ପୁଣି ମହାମହିମ ଦିଲ୍ଲୀ ଫେରିଯାଇଛନ୍ତି ।

Related Articles

Back to top button