ଓଡ଼ିଶା

ଗତକାଲି ରାତିରେ ନଦୀକୁ ଯାଇଥିଲେ, ଆଜି ମିଳିଲା ମୃତଦେହ; କାରଣ ଖୋଜୁଛି ପୁଲିସ

ସମ୍ବଲପୁର() ଗୁରୁବାର ସକାଳେ ମହାନଦୀ କମଲି ବଜାର ଘାଟ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକଜଣକ ଘୁନଘୁଟିପଡାର ପ୍ରମୋଦ ମହାନନ୍ଦ ବୋଲି ଜଣାପଡିଛି। ତାଙ୍କ ବୟସ ୪୦-୪୫ବର୍ଷ ହେବ।

ସୂଚନା ମୁତାବକ, ସେ ବୁଧବାର ରାତିରେ ନଦୀକୁ ଯାଇଥିଲେ। କିନ୍ତୁ ଘରକୁ ଆଉ ଫେରି ନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ଭାସୁଥିବା ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ବୁର୍ଲା ପଠାଇଥିବା ଜଣାପଡିଛି। ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ଗୋଡ଼ ଖସିଯିବାରୁ ତାଙ୍କର ମୃତ୍ୟୁ ହୋଇଛି ନାଁ ସେ ଆତ୍ମହତ୍ୟ‌ା କରିଛନ୍ତି କି ତାଙ୍କ ମୃତ୍ୟୁ ପଛରେ କାହାର ହାତ ରହିଛି, ସେନେଇ ତଦନ୍ତ କରୁଛି ପୁଲିସ।

Related Articles

Back to top button
WP Twitter Auto Publish Powered By : XYZScripts.com