ଓଡ଼ିଶା

ବୁଥ୍ ନିକଟରେ ବୋମାମାଡ଼: ୪୦ରୁ ଅଧିକ ଆହତ

ପୁରୀ () ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ଆଳନ୍ଦା ଗ୍ରାମପଞ୍ଚାୟତର ଆଳନ୍ଦା ବୁଥରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ବୋମାମାଡ଼ ହେବାଇଥିବାର ଅଭିଯୋଗ ହୋଇଛି। ଏହାଫଳରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏହି ଘଟଣାରେ ୨୦ରୁ ଅଧିକ ବାଇକ ନଷ୍ଟ ହୋଇଥିବା ଜଣାଯାଇଛି। ବୁଥ ନିକଟରେ ଖଣ୍ଡା ଏବଂ ତୀକ୍ଷ୍ଣ ଜିନିଷ ଏବଂ ଇଟାରେ ଲୋକଙ୍କୁ ଆକ୍ରମଣ କରାଯାଇଛି।

ସୂଚନାଯୋଗ୍ୟ, ଆଜି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଞ୍ଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ବୁଥରେ ଲୋକେ ସେମାନଙ୍କ ଅଞ୍ଚଳର ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କୁ ବାଛିଛନ୍ତି। ପୂର୍ବାହ୍ନ ୭ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ ୧ଟା ଯାଏଁ ଜାରି ରହିଥିଲା। ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷା କଡ଼ାକଡ଼ି ହୋଇଛି, ପୁଲିସ ନଜର ରଖିଥିଲା। ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଇଛି। ମତଦାନ ପାଇଁ ବୁଥ ଗୁଡ଼ିକରେ ମତଦାତାଙ୍କ ଆଗମନ ଆରମ୍ଭ ହୋଇଥିଲା। ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com