ଜାତୀୟମନୋରଞ୍ଜନ

Mika Di Vohti: ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିବେ ମିକାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ !

ନୂଆଦିଲ୍ଳୀ: ବଲିଉଡ୍‌ର ଜଣାଶୁଣା ଗାୟକ ମିକା ସିଂ ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ । କାହିଁକି ନା ସେ ନିଜ ପାଇଁ ଏକ ଜୀବନ ସାଥୀ ଖୋଜୁଛନ୍ତି। ତାହା ପୁଣି ସ ଟିଭି ଶୋ’ ମିକା ଦି ଭୋହଟି ମାଧ୍ୟମରେ। ଏହି ଟିଭି ରିଅଲିଟି ଶୋ’ର ପ୍ରଥମ ଏପିସୋଡ୍ ୧୯ ଜୁନ୍‌ରେ ପ୍ରସାରିତ ହୋଇଥିଲା । ସେବେଠୁ ଏହା ଭଲ ଟିଆରପିରେ ରହି ଆସୁଛି । ଏହି ଶୋ’ରେ ଦେଶର ବିଭିନ୍ନ ସୁନ୍ଦରୀ ପରସ୍ପର ସହ ଲଢୁଛନ୍ତି । ଯାହା ପାଇଁ ସେମାନେ ମିକା ସିଂଙ୍କ ହୃଦୟ ଜିତି ପାରିବେ। କିନ୍ତୁ ବର୍ତ୍ତମାନ ଶୋ’ରେ ଏକ ଟ୍ବିଷ୍ଟ ଆସିଛି । ଏଭଳି ଏକ ସୁନ୍ଦରୀଙ୍କର ଏଣ୍ଟ୍ରି ହୋଇଛି । ଯାହା ଅନ୍ୟମାନଙ୍କର ଚିନ୍ତାର କାରଣ ପାଲଟିଛି ।

ବିଗ୍ ବସ୍ ଖ୍ୟାତି ଅଭିନେତ୍ରୀ ଅକାଂକ୍ଷା ପୁରୀ ମିକା ଡି ଭୋହଟିରେ ଆସିଛନ୍ତି। ଆକାଂକ୍ଷା ଏହି ଶୋ’ରେ ଅତିଥି ପ୍ରତିଯୋଗୀ ଭାବରେ ଯୋଗ ଦେଉନାହାଁନ୍ତି ବରଂ ୱାଇଲ୍ଡ କାର୍ଡ ଏଣ୍ଟ୍ରି କରିଛନ୍ତି। ଏହାକୁ ନେଇ ଶାନ୍ କହିଛନ୍ତି କି ମିକାଙ୍କ ସେ ବହୁ ପୁରୁଣା ବନ୍ଧୁ । ଅନ୍ୟପଟେ ଶୁଣିବାକୁ ମିଳୁଛି କି ସେ ମିକାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। କିନ୍ତୁ ଶୋ’ରେ ଆକାଂକ୍ଷା ଆସିବାରୁ ଟିଆରପିରେ ଜବରଦସ୍ତ ଜମ୍ପ ହୋଇଛି ଏବଂ ଶୋ’ରେ ଦର୍ଶକଙ୍କ ଟ୍ରେଣ୍ଡ ପୁଣି ଥରେ ଦ୍ରୃତ ଗତି ବୃଦ୍ଧି ପାଇଛି । ବର୍ତ୍ତମାନ ଏହାର ଏକ ପ୍ରୋମୋ ଭିଡିଓ ଭାଇରାଲ ହେବାରେ ଲାଗିଛି।

Related Articles

Back to top button
WP Twitter Auto Publish Powered By : XYZScripts.com