ଓଡ଼ିଶା

ସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ନେଇ ଥାନାରେ ଏତଲା, ବଦଳି ପାଇଁ ସୁପାରିଶ କରିଥିବାରୁ ଆକ୍ରମଣ ଅଭିଯୋଗ

ଭଦ୍ରକ: ନବ ନିର୍ବାଚିତ ସରପଞ୍ଚଙ୍କୁ ସହଯୋଗ ନକରିବା ସହ ଦୁର୍ନୀତିରେ ସମ୍ପୃକ୍ତି ଥିବାରୁ ଜିଆରଏସଙ୍କୁ ବଦଳି ପାଇଁ ଚିଠି ଲେଖିଥିଲେ ସରପଞ୍ଚ । ଏହି ଘଟଣାକୁ ନେଇ ଆକ୍ରୋଶ କରି ପଞ୍ଚାୟତର ଜିଆରଏସ ଜଣକ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି ।

ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣୀତିଆ ପଞ୍ଚାୟତର ସରପଞ୍ଚ ଦାମୋଦର ମହଲାଙ୍କୁ ଜିଆରଏସ ଭାଗିରଥି ପ୍ରଧାନ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ବାଣୀତିଆ ପଞ୍ଚାୟତରେ ହେଉଥିବା ନିର୍ମାଣ କାର୍ଯ୍ୟ ନିମ୍ନ ମାନର ହୋଇଥିବା ନେଇ ବିବାଦ ଆରମ୍ଭ ହୋଇଥିଲା।

ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ନିର୍ମାଣ କାମ ନିମ୍ନମାନର ନେଇ ପୋଷ୍ଟିଂ ହେବା ପରେ ବିଵାଦ ତେଜିଥିଲି ବୋଲି ସୂଚନା ମିଳିଛି । ପରେ ଏହି ବିବାଦ ଥାନା ପର୍ଯ୍ୟନ୍ତ ଯାଇଥିଲା । ତେବେ ଘଟଣାରେ ବୁଝା ସୁଝାକୁ ନେଇ ଥାନାକୁ ଆସୁଥିବା ବେଳେ ସରପଞ୍ଚ ଦାମୋଦର ମହଲାଙ୍କୁ ମଝି ବାଟରେ ଜିଆରଏସ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି ଖୋଦ ସରପଞ୍ଚ ।

ତେବେ ଜିଆରଏସ ପଞ୍ଚାୟତର ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାରୁ ତାଙ୍କ ବଦଳି ପାଇଁ ସରପଞ୍ଚ ସୁପାରିଶ କରିଥିବାରୁ ତାଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି ସରପଞ୍ଚ । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଗ୍ରାମାଞ୍ଚଳ ପୋଲିସ।  ଅନ୍ୟପଟେ ଗ୍ରାମବାସୀମାନେ ଏହି ଘଟଣାର ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com