ଓଡ଼ିଶା

ପୁର୍ବତନ ସରପଞ୍ଚଙ୍କ କାରକୁ ଜାଳି ଦେଲେ ଦୁର୍ବୁତ୍ତ; ନିର୍ବାଚନି ହିଂସା ସନ୍ଦେହ

କଣ୍ଟାବାଞ୍ଜି() ତ୍ରିସ୍ତରୀୟ ପଞ୍ଚlୟତ ନିର୍ବାଚନ ସରିଥିବା ବେଳେ ଗତକାଲି ଥିଲା ଭୋଟ ଗଣତି l ଏହି ସମୟରେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚlୟତରେ ନିର୍ବାଚନି ହିଂସା ଦେଖିବାକୁ ମିଳିଛି l ଗତ କାଲି ରାତିରେ ଷ୍ଟଲରେ ପୂର୍ବତନ ସରପଞ୍ଚ ଅଞ୍ଜନା ମେହେରଙ୍କ ଚାରି ଚକିଆ ଗାଡ଼ି ଥିଲା l ଉପରୁ ଅଜବେଷ୍ଟକୁ କାଟି କିରୋସିନ ଦେଇ ଦୁର୍ବୁର୍ତ୍ତ ମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ପୂର୍ବତନ ସରପଞ୍ଚ ଅଞ୍ଜନା ମେହେର l

ଗତ ୨୦୧୭ ରେ ସରପଞ୍ଚ ହୋଇଥିଲେ ଅଞ୍ଜନା l ତାଙ୍କ ଅଭିଯୋଗ ଅନୁସାରେ ନିଜ ଗାଁର ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରୁଥିବା ସନ୍ଦେହ କରି କିଛି ଦିନ ଆଗରୁ ବିରୋଧି ଗୋଷ୍ଠିର ସରପଞ୍ଚ ପ୍ରାର୍ଥୀଙ୍କ ଲୋକମାନେ ଅଞ୍ଜନା ମେହେରଙ୍କ ଘରକୁ ପଥର ମାରି ଆକ୍ରମଣ କରିଥିଲେ l ତେବେ ବିରୋଧୀ ଗୋଷ୍ଟିର ଦୁର୍ବୁତ୍ତ ମାନେ ନିର୍ବାଚନି ହିଂସାରେ ଗାଡ଼ିକୁ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି l ନିଆଁ ଲଗାଇ ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଛନ୍ତି l ଅଗ୍ନୀକାଣ୍ଡ ଦେଖି ସ୍ଥାନୀୟ ଲୋକମାନେ ଅଗ୍ନୀଶମ ବିଭାଗକୁ ଖବର ଦେଇଥିଲେ l ରାତିରେ ତୁରନ୍ତ ବଙ୍ଗୋମୁଣ୍ଡା ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ l ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଛି l ଏହି ଅଗ୍ନୀକାଣ୍ଡରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ କଣ ପାଇଁ ଏଭଳି କାଣ୍ଡ ଭିଆଇଛନ୍ତି ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡ଼ି ନାହିଁ l ଏପଟେ ଅଗ୍ନୀକାଣ୍ଡରେ ସମ୍ପୃକ୍ତ ଥିବା ଲୋକମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପୂର୍ବତନ ସରପଞ୍ଚ ଅଞ୍ଜନା ମେହେର l

Related Articles

Back to top button
WP Twitter Auto Publish Powered By : XYZScripts.com