ଅନ୍ତର୍ଜାତୀୟଜାତୀୟରାଜନୀତି

ଏସ.ଜୟଶଙ୍କର ଏବଂ ବ୍ଲିଙ୍କେନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା

ଗୁରୁବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି । ଦୁଇ ଦେଶର ନେତା ଶ୍ରୀଲଙ୍କା ସ୍ଥିତି, ମିଆଁମାରରେ ଗତିବିଧି ଏବଂ ଅନ୍ୟ ବୈଶ୍ୱିକ ଚ୍ୟାଲେଞ୍ଜ ଉପରେ ଆଲୋଚନା କରିଛନ୍ତି। କମ୍ୱୋଡିଆର ରାଜଧାନୀରେ ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ବୈଠକରେ ଚୀନ ଏବଂ ତାଇୱାନ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା ଉପରେ ମଧ୍ୟ ଆଲୋଚନା ହୋଇଛି । ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି,’ଏସିଆନ ସମ୍ମିଳନୀ ବାହାରେ ଏହି ବୈଠକ ହୋଇଛି । ଭାରତ-ଆମେରିକା ସମ୍ପର୍କକୁ ଅଧିକ ମଜବୁତ କରିବା ଏବଂ ବିଶ୍ୱର ସ୍ଥିତିକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କ ସହ ଆଲୋଚନା ହୋଇଛି’।

ଅନ୍ୟପଟେ ଆମେରିକା ବୈଦେଶିକ ମନ୍ତ୍ରୀ ବ୍ଲିଙ୍କେନ କହିଛନ୍ତି, ‘ଆମେରିକା ଏବଂ ଭାରତ ଉଭୟ ଏସିଆନର ଦୃଢ ସମର୍ଥକ। ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଶାନ୍ତ ପାଇଁ ଦୁଇ ସହମତି ପ୍ରକାଶ କରିଛନ୍ତି। ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୁକ୍ତ ଏବଂ ଅବାଧ କାମ ପାଇଁ  ଦୁଇ ଦେଶ ମିଳିତ ଭାବେ କାମ କରିବା ସବ ନିଜ ଲକ୍ଷ୍ୟ ପରସ୍ପର ସହ ସେୟାର କରୁଛନ୍ତି’।

Related Articles

Back to top button
WP Twitter Auto Publish Powered By : XYZScripts.com