ଅନ୍ୟାନ୍ୟ

ଆଜି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଦିନ ଗୋଟାଏରୁ ବନ୍ଦ

ଭୁବନେଶ୍ୱର, ୧୧/୦୧/୨୦୨୩ –   ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବ ସାମିଲ ହେବେ ଛାତ୍ରଛାତ୍ରୀ ।  ଏଥିପାଇଁ ବୁଧବାର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଦିନ ଗୋଟାଏରୁ ବନ୍ଦ ରହିବ । ଏହି ଉତ୍ସବରେ ରାଜ୍ୟର କଳା, ସଂସ୍କୃତି, ଐତହ୍ୟ ତଥା ପରମ୍ପରା ଉପରେ ଆକର୍ଷଣୀୟ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯିବ । ତେଣୁ ଏହି ସମାରୋହରେ ଛାତ୍ରଛାତ୍ରୀଙ୍କୁ ସାମିଲ୍‌ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ଗ୍ରହଣ କରିଛି । ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି ।

ଆଜି ଏହାର ସିଧା ପ୍ରସାରଣ ଦୂରଦର୍ଶନରେ କରାଯିବ । ଏଣୁ ରାଜ୍ୟ ସରକାର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ତଥା ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଅପରାହ୍ଣ ୧ଟାରୁ ଛୁଟି ଘୋଷଣା କରାଯାଇଥିବା ବିଭାଗ ଦର୍ଶାଇଛି । ସେହିପରି ସମସ୍ତ ବେସରକାରୀ ତଥା ପବ୍ଲିକ୍‌ ବିଦ୍ୟାଳୟଗୁଡ଼ିକ ମଧ୍ୟ ଛୁଟି ରହିବ। ଦିନ ସାଢ଼େ ୧୨ଟାରୁ କଟକ ସହରର ବିଭିନ୍ନ ଅଂଚଳରେ ଟ୍ରାଫିକ କଟକଣା ଲାଗୁ ହେବ । ଯାହା ଉଦଘାଟନୀ ସମାରୋହ ଶେଷ ପର୍ଯ୍ୟନ୍ତ ବଳତ୍ତର ରହିବ।

Related Articles

Back to top button
WP Twitter Auto Publish Powered By : XYZScripts.com