ଓଡ଼ିଶା

ବଲାଙ୍ଗୀର ଡିଆଇଓଙ୍କ ଆତ୍ମହତ୍ୟା, ମାନସିକ ଚାପରୁ ଏଭଳି କରିଥିବା ସନ୍ଦେହ

ଝାରସୁଗୁଡା() ଝାରସୁଗୁଡା ଜିଲ୍ଲା ଓରିଏଣ୍ଟ ଥାନା ଗଜପତିନଗରଠାରେ ବେକରେ ତାର ଲଗାଇ ବଲାଙ୍ଗୀର ଡିଷ୍ଟ୍ରିକ୍ଟ ଇନଫରମେଟିକ୍ ଅଫିସର (ଡିଆଇଓ) ସି.ଭି.କେ ମାରୁତି ରାଓଙ୍କ ଆତ୍ମହତ୍ୟା । ଗୁରୁବାର ନିଜ ଘରେ ବେକରେ ତାର ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।

ଗୁରୁବାର ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପରିବାର ଲୋକ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶୁକ୍ରବାର ତାଙ୍କର ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ବର୍ଗଙ୍କୁ ପୋଲିସ ମୃତଦେହ ହସ୍ତାନ୍ତର କରିଛି । ଏହାସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ତେବେ ଆତ୍ମହତ୍ୟା ପ୍ରସଙ୍ଗରେ ପୋଲିସ ଏବଂ ପରିବାର ବର୍ଗଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ମାନସିକ ଚାପ ଯୋଗୁଁ ଏପରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

Related Articles

Back to top button
WP Twitter Auto Publish Powered By : XYZScripts.com