Breaking NewsFeaturedରାଜନୀତି

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ କଟାକ୍ଷ; ବିଜେପିର ପ୍ରାର୍ଥୀ ହେବେ ଶ୍ରରାମ

ଏଥର ଆଉ ମଣିଷ ନୁହଁନ୍ତି । ଭଗବାନ ଲଢିବେ ନିର୍ବାଚନ । ଏକଥା ଆମେ କହୁନୁ ଏପରି କହିଛନ୍ତି ଶିବସେନା ସାଂସଦ ସଞ୍ଜୟ ରାଉତ । ସେ କହିଛନ୍ତି ଯେ, ଭଗବାନ ରାମଙ୍କ ନାଁରେ ରାଜନୀତି କରାଯାଉଛି । ତେଣୁ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ଭଗବାନ ରାମଙ୍କୁ ନିଜ ପ୍ରାର୍ଥୀ ଘୋଷଣା କରିପାରେ। \’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ଗସ୍ତରେ ଥିବାବେଳେ ଶିବସେନା ସାଂସଦ ସଞ୍ଜୟ ରାଉତ ବିଜେପିକୁ ଟାର୍ଗେଟ କରି ଏଭଳି କିଛି ବୟାନ ଦେଇଛନ୍ତି ।

ଜାନୁଆରୀ ୨୨ରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ । ତେବେ ଏହି ଉତ୍ସବକୁ ନେଇ ଏବେ ରାଜନୀତି ଜୋର ଧରିଛି । ବିଜେପି ଏହି ଉତ୍ସବକୁ ରାଜନୈତିକ ଏଜେଣ୍ଡା ବନାଇବା ସହ ଅନେକ ରାଲି ଓ ପ୍ରଚାର ପ୍ରସାର କରୁଛି ବୋଲି ଅଭିଯୋଗ କରିବା ସହ ଏଥିରେ ପବିତ୍ରତା କେଉଁଠି ଅଛି ବୋଲି ସେ ପ୍ରଶ୍ନ କରିଥିଲେ ସଞ୍ଜୟ । ସେହିପରି ବିଜେପି ପ୍ରଭୁ ରାମଙ୍କୁ ଏକ ପ୍ରକାରର ଅପହରଣ କରିନେଇଥିବା ସେ ଅଭିଯୋଗ ଆଣିଥିଲେ । ତେବେ ରାମମନ୍ଦ୍‌ିର ପ୍ରାଣ ପ୍ରତିଷ୍ଠା ଉତ୍ସବ କୌଣସି ଜାତୀୟ କାର୍ୟ୍ୟକକ୍ରମ ନୁହେଁ। ଏହା ବିଜେପିର କାର୍ୟ୍ୟ୍କ୍ରମ। ତେଣୁ ସେ ଏହି କାର୍ୟ୍ୟ କ୍ରମରେ ଯୋଗ ଦେବେନି ବୋଲି ସଫା ସଫା ମନା କରି ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com