ଜାତୀୟ

ତାଣ୍ଡବ ରଚିଲା ବନ୍ୟା, ଓଲଟି ପଡିଲା ଟ୍ରେନ

ଗୁଆହାଟି : ଆସାମରେ ବନ୍ୟା ଓ ଭୂସ୍ଖଳନ ହେତୁ ଜନଜୀବନ ଅସ୍ତବ୍ୟସ୍ତ । ରାଜ୍ୟର ପ୍ରାୟ ୨୦ଟି ଜିଲ୍ଲା ପ୍ରଭାବିତ ହୋଇଥିବା ବେଳେ ପାଣି ଘେରରେ ପ୍ରାୟ ୧.୯୭ଲକ୍ଷ ଲୋକ ରହିଥିବା ସୂଚନା ରହିଛି। ଆସାମ ଓ ପଡ଼ୋଶୀ ରାଜ୍ୟ ମେଘାଳୟ,ଅରୁଣାଚଳ ପ୍ରଦେଶରେ ଗତ କିଛି ଦିନରୁ ଲଗାତର ବର୍ଷା ଯୋଗୁ ନଦୀଗୁଡ଼ିକରେ ପାଣିର ସ୍ତର ବୃଦ୍ଧି ପାଇଥିବା ବେଳେ କୋପିଲି ନଦୀରେ ପାଣି ବିପଦ ସଙ୍କେତ ଉପରେ ବୋହୁଛି। ଦିମା ହସାଓ ଜିଲାର ହାଫଲୋଙ୍ଗ ଷ୍ଟେସନ ଏବେ ପାଣି ଘେରରେ। ବନ୍ୟା ପାଣିରେ ବୁଡ଼ିରହିଥିବା ଏହି ଷ୍ଟେସନର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଦେଖୁ ଦେଖି କିଭଳି ପାଣିର ସୁଅରେ ଷ୍ଟେସନରେ ଠିଆ ହୋଇଥିବା ଏକ ଟ୍ରେନ୍‌ ଟ୍ରାକ୍‌ରୁ ଓଲଟି ପଡ଼ୁଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବନ୍ୟା ଯୋଗୁ ଟ୍ରେନ୍‌ ଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ସେହିପରି ପାଣି ଘେରରେ ଫସି ରହିଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଭାରତୀୟ ସେନା, ଅର୍ଦ୍ଧସୈନିକ ବଳ, ଅଗ୍ନିଶମ ବିଭାଗ, ଜରୁରୀକାଳୀନ ସେବା, ଏସ୍‌ଡିଆରଏଫ୍‌, ନାଗରିକ ପ୍ରଶାସନ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନଙ୍କୁ ରେସକ୍ୟୁରେ ନିୟୋଜିତ କରାଯାଇଛି।

Related Articles

Back to top button