ଓଡ଼ିଶା

ପଶ୍ଚିମା ଝଡ଼ ଯୋଗୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା, ବନ୍ଦ ହେଲା ଶିମିଳିପାଳ

ଭୁବନେଶ୍ୱର() ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡିଶାର ବିଭିନ୍ନ ଜିଲ୍ଲାରେ ଆଜି ସକାଳୁ ପ୍ରବଳ ବର୍ଷା ହେଉଛି। ଶିମିଳିପାଳ ଅଭୟାରଣ୍ୟରେ ମଧ୍ୟ ଛେଚୁଛି ବର୍ଷା । ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ କେବଳ ଆଜି ଦିନକ ପାଇଁ ବନ୍ଦ ହୋଇଛି ଶିମିଳିପାଳ  ଅଭୟାରଣ୍ୟ। ଉତ୍ତର ଶିମିଳିପାଳର ଡେପୁଟି ଡାଇରେକ୍ଟର ସାଇ କିରଣ  ଡି.ଏନ ଟୁଇଟ କରି ଏହି ସୂଚନା ଦେଇଛନ୍ତି ।

ଆଜି ସକାଳୁ  ବାଲେଶ୍ୱର, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଜାଗାରେ ପ୍ରବଳ ବର୍ଷା ଲାଗି ରହିଛି । ଏହାବାଦ ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ଆଜି ବର୍ଷାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର ଓ ଭଦ୍ରକରେ କୁଆପଥର ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି।

rain

ଆସନ୍ତାକାଲିଠୁ ପାଗ ଶୁଖିଲା ରହିବା ସହ ପୁଣି ସର୍ବନିମ୍ନ ତାପମାତ୍ରା କମିବା ସମ୍ଭାବନା ରହିଛି। ପ୍ରାୟ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ ବୋଲି କହିଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ୱାସ।

Related Articles

Back to top button
WP Twitter Auto Publish Powered By : XYZScripts.com