ଜାତୀୟରାଜନୀତି

ଫେବ୍ରୁଆରୀ ୧୧ ଯାଏଁ ବଢ଼ିଲା କଟକଣା ଅବଧି

ନୂଆଦିଲ୍ଲୀ() ୫ ରାଜ୍ୟରେ ନିର୍ବାଚନ ପାଇଁ ଲାଗୁ ହୋଇଥିବା କଟକଣାର ବଢ଼ିଛି ଅବଧି । ପୂର୍ବରୁ ଲାଗୁ କଟକଣାକୁ ଫେବ୍ରୁଆରୀ ୧୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କଟକଣା ଅବଧିକୁ ବୃଦ୍ଧି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ଏହା ସହିତ ଲାଗୁ ହୋଇଥିବା କଟକଣାରେ କିଛି କୋହଳ କଲେ ଇସିଆଇ ।

ଭାରତୀୟ ନିର୍ବାଚନ କମିଶନଙ୍କ କହିବା ମୁତାବକ, ସର୍ବାଧିକ ୧ ହଜାର ଲୋକଙ୍କୁ ନେଇ ନିର୍ବାଚନୀ ରାଲି ହୋଇପାରିବ । ସର୍ବାଧିକ ୫ ଶହ ଲୋକଙ୍କୁ ନେଇ ଇଣ୍ଡୋର ସଭା ହୋଇପାରିବ । ୨୦ ଜଣଙ୍କୁ ନେଇ ଘରକୁ ଘର ବୁଲି ପ୍ରଚାର କରାଯାଇପାରିବ । ସୋମବାର ଦିନ କେନ୍ଦ୍ରୀୟ ନିର୍ବାଚନ ଆୟୋଗରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com