ଜାତୀୟ

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଉତ୍ତର ପ୍ରଦେଶ ମଥୁରା ସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମିକୁ ଲାଗିକି ଥିବା ଶାହି ଇଦଗାହ କମ୍ପ୍ଲେକ୍ସର ପ୍ରାଥମିକ ସର୍ଭେକୁ ମିଳିଛି କୋର୍ଟଙ୍କ ଅନୁମତି।

ଆହ୍ଲାବାଦ ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଏ ଉପରେ ବିଚାର କରି ସର୍ଭେକୁ ଅନୁମତି ଦେଇଛନ୍ତି। ହିନ୍ଦୁ ପକ୍ଷ ଓକିଲ ବିଷ୍ଣୁ ଶଙ୍କର ଜୈନ ଏନେଇ ସୂଚନା ଦେଇଛନ୍ତି। ଶାହି ଇଦଗାହ ମସଜିଦ ପକ୍ଷ ଓକିଲଙ୍କ ଯୁକ୍ତିକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ସହ ହିନ୍ଦୁ ପକ୍ଷଙ୍କ ଆବେଦନକୁ ଅନୁମତି ଦେଇଥିବା ସେ କହିଛନ୍ତି।

Related Articles

Back to top button