ଜାତୀୟରାଜନୀତି

UP, ଉତ୍ତରାଖଣ୍ଡ, ଗୋଆ ଓ ମଣିପୁରରେ ବିଜେପିର ରାଜୁତି: ପଞ୍ଜାବରେ କମାଲ୍ କରୁଛି AAP

ନୂଆଦିଲ୍ଲୀ : ଆଜି ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ନିର୍ଣ୍ଣୟ ଚାଲିଛି । କେଉଁ ରାଜ୍ୟର ଶାସନ ଡୋରି କାହା ହାତରେ ରହିବ ସେନେଇ ଚାଲିଛି ଭୋଟ ଗଣତି ପ୍ରକ୍ରିୟା । ତେବେ ଆଜି ସକାଳ ଆଠଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିବା ସନ୍ଧ୍ୟା ୫ଟା ମଧ୍ୟରେ ନିର୍ଣ୍ଣାୟକ ଫଳାଫଳ ଆସିଯିବ । ଏହା ମଧ୍ୟରେ କିଛି ରାଜ୍ୟରେ ଭୋଟ ବ୍ୟବଧାନ ଆଗ ପଛ ହେବାରେ ଲାଗିଛି । ତେଣୁ ଅନ୍ତିମ ଫଳାଫଳ ନ ଆସିବା ପର୍ଯ୍ୟନ୍ତ ଜନାଦେଶ କାହା ସପକ୍ଷରେ ତାହା କହିବା ମୁସ୍କିଲ ।
ତେବେ ସଦ୍ୟ ରିପୋର୍ଟ ମୁତାବକ, ଉତ୍ତରପ୍ରଦେଶ ବିଧାନସଭାର ମୋଟ ୪୦୩ଟି ସିଟରୁ ବିଜେପି ୨୬୩ଟି ସିଟରେ ଆଗରେ ରହିଛି । ଉତ୍ତରାଖଣ୍ଡର ମୋଟ ୭୦ଟି ସିଟରୁ ବିଜେପି ୪୨ଟି ସିଟରେ ଆଗରେ ରହିଛି । ଗୋଆର ମୋଟ ୪୦ଟି ସିଟରୁ ବିଜେପି ୧୮ଟିରେ ଆଗରେ ରହିଛି । ମଣିପୁରର ମୋଟ ୬୦ଟି ସିଟରୁ ବିଜେପି ୨୮ଟିରେ ଆଗରେ ରହିଛି । ମାତ୍ର ପଞ୍ଜାବରେ ବିଜେପି ଧରାଶାୟୀ ହୋଇଛି, ସେଠାରେ ଏକଜିଟ୍ ପୋର୍ଟ ସର୍ଭେ ରିପୋର୍ଟ ଏକପ୍ରକାର ସତ୍ୟ ପ୍ରମାଣିତ ହୋଇଛି । ପଞ୍ଜାବର ମୋଟ ୧୧୭ଟି ସିଟରୁ ଆମ ଆଦମୀ ପାର୍ଟି (ଏଏପି) ୮୯ଟିରେ ଆଗରେ ରହିଥିବା ବେଳେ କଂଗ୍ରେସ ୧୪ଟିରେ ଓ ବିଜେପି ୩ଟିରେ ଆଗରେ ରହିଛନ୍ତି ।
ତେବେ ବର୍ତ୍ତମାନର ସମସ୍ତ ରିପୋର୍ଟକୁ ଆଧାର କଲେ ଜଣାପଡ଼ୁଛି ଯେ, ବିଜେପି ୫ଟି ରାଜ୍ୟରୁ ୪ଟିରେ ଆଗରେ ରହିଛି । ଯଦି ଏହି ଫଳାଫଳ ଆଗକୁ କାଏମ୍ ରହେ ତେବେ ବିଜେପି ଉକ୍ତ ରାଜ୍ୟମାନଙ୍କରେ ସରକାର ଗଠନ କରିପାରେ । ତେବେ ଶେଷ ମୁହୂର୍ତ୍ତରେ କେଉଁ ଆସନରେ କେଉଁ ଦଳର ବାଜି ନ ପଲଟିବ, ତାହା ବର୍ତ୍ତମାନ ଠାରୁ କହି ହେବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com