Breaking NewsFeaturedଓଡ଼ିଶା

ଲିଭର ଓ କିଡନୀ ଦାନ କଲେ ୧୫ ମାସ ବୟସ୍କ ଦାତା, ମୃତ୍ୟୁ ପରେ ପରିବାର ଲୋକ କଲେ ଅଙ୍ଗଦାନ

କଥାରେ ଅଛି ସାନ ସିନା ଦାନ ତା ମହାନ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀରେ । ବୟସ ଆଗରେ ହାର ମାନିଛି ଦାନର ପରିସୀମା । ଜୀବନ ସିନା ଚାଲିଗଲା, ହେଲେ ତାଙ୍କର ଲିଭର ଓ କିଡନୀ ଦାନ କରି ଦୁଇଟି ଜୀବନ ବଞ୍ଚାଇଦେଲେ ୧୫ ମାସର ଶିଶୁ ଜନ୍ମେଶ ଲେଙ୍କା । ଘର ତାଙ୍କର ରାଉରକେଲା । ଏମ୍ସରେ ଚିକିତ୍ସା ବେଳେ ତାଙ୍କର ମୃତ୍ୟୁ ହୋଇଛି। କିଡନୀ ଓ ଲିଭର ଦାନ କରି ଅମର ହୋଇଯାଇଛନ୍ତି ଜନ୍ମେଶ । ଭୁବନେଶ୍ୱର ଜାଗମରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ତେବେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।  ସୂଚନା ଅନୁସାରେ, ୧୦ ଦିନ ତଳେ ସେ କୌଣସି କାରଣ ପାଇଁ କାନ୍ଦିବା ବେଳେ ହାର୍ଟ ଚୋକ ହୋଇଥଲା । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନର ଉଦ୍ୟମ ପରେ ବି ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ତେବେ ପୁ୍ଅକୁ ସିନା ପରିବାର ହରାଇଲେ । ହେଲେ ପୁ୍‌ଅର ସ୍ମୃତିକୁ ତାଜା ରଖିବାକୁ ପିଲାର ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଲେ। ଶେଷରେ ପରିବାର ନିଷ୍ପତ୍ତି ଅନୁଯାୟୀ ଏବେ ତାଙ୍କର ଲିଭର ଓ କିଡନୀ ଦାନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com