ଓଡ଼ିଶା

ମୁଢି ଉପରେ ଲାଗିବ ଜିଏସଟି

ଭୁବନେଶ୍ୱର, ୧୬/୦୭/୨୦୨୨- ଅଣ ବ୍ରାଣ୍ଡେଡ ଖାଦ୍ୟ ସାମଗ୍ରୀ ଉପରେ ୫% ପ୍ରତିଶତ ଜିଏସଟି ଲାଗିବ । ଏବେ ମୁଢି ଉପରେ ବି ଲାଗିବ ଜିଏସଟି । ମୁଢି, ଚୂଡା, ଖଇ, ଲିଆକୁ ପ୍ୟାକିଙ୍ଗ କରି ବିକିଲେ ୫ ପ୍ରତିଶତ ଜିଏସଟି ଲାଗିବ । ଏ ନେଇ ଜିଏସଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏବେ ମୁଢିର ପ୍ୟାକିଂ ଉପରେ ୫ ପ୍ରତିଶତ ଜିଏସଟି ଲାଗିବାକୁ ନିଷ୍ପତ୍ତି ନିଆଯିବା ପରେ ଦର ବଢିବା ଏକ ପ୍ରକାର ନିଶ୍ଚିତ । ରାଜ୍ୟରେ ମୁଢି ଏକ ପ୍ରିୟ ଖାଦ୍ୟ । ଓଡିଶରେ ଦୈନନ୍ଦିନ ସକାଳ ଖାଦ୍ୟ ମଧ୍ୟରେ ମୁଢି ଅନ୍ୟତମ ପ୍ରିୟ ଜଳଖିଆ । ଖାଲି ସକାଳ ଜଳଖିଆ ନୁହେଁ ଅନ୍ୟାନ୍ୟ ସମୟରେ ମଧ୍ୟ ମୁଢିକୁ ଏକ ପ୍ରିୟ ଖାଦ୍ୟ ଭାବେ ବ୍ୟବହାର କରାଯ।ଏ । ମୟୁରଭଞ୍ଜ, ବାଲେଶ୍ୱର ଭଦ୍ରକ ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ମୁଢିକୁ ପ୍ରମୁଖ ଖାଦ୍ୟ ଭାବେ ନିଆଯାଏ । ଅନେକ ଲୋକ ଜଳିଖିଆରେ ମୁଢିକୁ ବ୍ୟବହାର କରିଥାନ୍ତି । ଏପରିକି ମୟୁରଭଞ୍ଜରେ ମୁଢି ସହ ମାଂସକୁ ବି ପ୍ରିୟ ଖାଦ୍ୟ ଭାବେ ନିଆଯାଇଥାଏ । କିନ୍ତୁ ଏହାଛଡା କ୍ଷୀର, ଦହି, ଗୁଡରେ ବି ଜିଏସଟି ଲାଗିବାକୁ ନିଷ୍ପତ୍ତି ହୋଇଛି । ଏପରି ହେଲେ ଏସବୁ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା ହଜାର ହଜାର ଛୋଟ ବ୍ୟବସାୟୀ କ୍ଷତିଗ୍ରସ୍ତ ହେବେ । ବିଶେଷକରି ଏସବୁ ଖାଦ୍ୟ ଉତ୍ପାଦନ ନେଇ ଯେଉଁ ସବୁ କୁଟୀର ବ୍ୟବସାୟ ଦୀର୍ଘ ବର୍ଷ ହେଲା କାର୍ଯ୍ୟ କରୁଛି ତାହା ପ୍ରଭାବିତ ହେବା ଆଶଙ୍କା ଉପୁଜିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com