ଜାତୀୟ

ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା : ପଥର ଖନନ ରୋକିବା ବେଳେ ଗାଡି ଚଢାଇଦେଲେ ମାଫିଆ

ନୂଆଦିଲ୍ଲୀ:  ଡିଏସପିଙ୍କୁ ଗାଡି ଚଢାଇ ହତ୍ୟା । ହରିୟାଣାରେ ଜମି ଓ ପଥର ମାଫିଆମାନେ ଜଣେ ଡିଏସପିଙ୍କୁ ଟ୍ରକ୍ ଚାପି ହତ୍ୟା କରିଛନ୍ତି । ଚଢଉ ପାଇଁ ପୋଲିସ ଅଧିକାରୀଜଣଙ୍କ ଘଟଣାସ୍ଥଳକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଛି ।ପ୍ରାଣ ହରାଇଥିବା ଅଧିକାରୀ ହେଲେ ସୁରେନ୍ଦ୍ର ବିଶ୍ରାଇ ।

ସୂଚନାନୁସାରେ, ସୁରେନ୍ଦ୍ର ବିଶ୍ରାଇ ହରିୟାଣା ନୁହୁ ନିକଟବର୍ତ୍ତୀ ଏକ ପାହାଡ ନିକଟକୁ ପଥର ଚୋରି ରୋକିବା ପାଇଁ ଯାଇଥିଲେ । ଚଢଉ ବେଳେ ସେ ଏକ ପଥର ବୋଝେଇ ଟ୍ରକକୁ ରୋକିବାକୁ ଚେଷ୍ଟା କରିଥିଲେ । ସେହି ସମୟରେ ମାଫିଆମାନେ ତାଙ୍କୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

କୁହାଯାଉଛି ଯେ, ସକାଳ ସାଢେ ୧୧ଟାରେ ବେଆଇନ ପଥର ଖନନ ନେଇ ସୂଚନା ମିଳିବା ପରେ ସୁରେନ୍ଦ୍ର ଟିମ୍ ନେଇ ସେଠାକୁ ଯାଇଥିଲେ । ପୋଲିସକୁ ଦେଖି ମାଫିଆମାନେ ଫେରାର ହେବାକୁ ପ୍ରୟାସ କରୁଥିବା ବେଳେ ଡିଏସପିଙ୍କୁ ଧକ୍କା ଦେଇଥିଲେ ।

ଦୁର୍ଘଟଣା ଘଟାଇବା ପରେ ମାଫିଆମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇଁ ସ୍ଥାନୀୟ ଏସପି ଓ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com