ଜାତୀୟ

CRPF ଜବାନ ଗୁପ୍ତଚର ଅଭିଯୋଗରେ ଗିରଫ

ନୂଆଦିଲ୍ଲୀ ୨୭/୦୫:- ପାକିସ୍ତାନକୁ ଗୁପ୍ତଚର ସୂଚନା ଯୋଗାଇବା ଅଭିଯୋଗରେ ଗିରଫ ହୋଇଥିବା ସିଆରପିଏଫ ଯବାନ ମୋତିରାମ ଜାଟଙ୍କ ବିଷୟରେ ଦିନକୁ ଦିନ ନୂତନ ଖୁଲାସା ହେଉଛି। ସୂଚନା ଅନୁଯାୟୀ, ମୋତିରାମ ଜାଟ ପହଲଗାମରେ ପୋଷ୍ଟିଂ କରିଥିଲେ, ଯେଉଁଠାରେ ଏପ୍ରିଲ 22 ତାରିଖରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆତଙ୍କବାଦୀ ଆକ୍ରମଣର ମାତ୍ର ଛଅ ଦିନ ପୂର୍ବରୁ ତାଙ୍କୁ ପହଲଗାମରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରଣ କରାଯାଇଥିଲା।

ମୋତିରାମ ସିଆରପିଏଫର ୧୧୬ତମ ବାଟାଲିୟନରେ ଆସିଷ୍ଟାଣ୍ଟ ସବ ଇନ୍ସପେକ୍ଟର (ଏଏସଆଇ) ଭାବରେ ନିଯୁକ୍ତ ଥିଲେ। ତାଙ୍କୁ ଜାତୀୟ ତଦନ୍ତ ସଂସ୍ଥା (NIA) ମେ ୨୬ ତାରିଖରେ ଦିଲ୍ଲୀରୁ ଗିରଫ କରିଥିଲା। ଏଏସଆଇ ଉପରେ ପାକିସ୍ତାନୀ ଗୁଇନ୍ଦା ଅଧିକାରୀଙ୍କ ସହିତ ଭାରତର ସମ୍ବେଦନଶୀଳ ସୂଚନା ବାଣ୍ଟିବାର ଅଭିଯୋଗ ରହିଛି।

NIA ର ସୂଚନା ମୁତାବକ, CRPF ଯବାନ 2023 ମସିହାରୁ ପାକିସ୍ତାନ ସହିତ ଜାତୀୟ ସୁରକ୍ଷା ସହ ଜଡିତ ବିବରଣୀ ସେୟାର କରୁଥିଲେ। ଏଥିପାଇଁ ତାଙ୍କୁ ବିଭିନ୍ନ ଉପାୟରେ ଟଙ୍କା ମଧ୍ୟ ମିଳୁଥିଲା। ପଟିଆଲା ହାଉସ କୋର୍ଟରେ ହାଜର ହେବା ପରେ ତାଙ୍କୁ ଜୁନ୍ 6 ପର୍ଯ୍ୟନ୍ତ NIA ହେପାଜତକୁ ପଠାଇ ଦିଆଯାଇଛି।

ସିଆରପିଏଫ କହିଛି ଯେ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ ସହିତ ସୋସିଆଲ ମିଡିଆ କାର୍ଯ୍ୟକଳାପର କଡ଼ା ଯାଞ୍ଚ ସମୟରେ, ଜବାନ ପ୍ରୋଟୋକଲ ଉଲ୍ଲଂଘନ କରୁଥିବା ଜଣାପଡ଼ିଥିଲା। ତେଣୁ ତାଙ୍କୁ NIAକୁ ହସ୍ତାନ୍ତର କରାଯାଇଛି। ଅଧିକ ତଦନ୍ତ ଚାଲିଛି। ମେ 21 ତାରିଖରୁ ସୈନିକଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com