ବାଣିଜ୍ୟ

ବୁଧବାର ଠାରୁ ସଂସଦର ଶୀତକାଳୀନ ଅଧିବେଶନ

ଭୁବନେଶ୍ୱର, ୦୬/୧୨/୨୦୨୨-   ବୁଧବାର ଠାରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ । ଡିସେମ୍ବର ୨୯ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ଏଥର ମୋଟ ୧୭ଟି କାର୍ଯ୍ୟ ଦିବସ ରହିଛି । ଗୃହର ସୁପରିଚାଳନା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ସର୍ବଦଳୀୟ ବୈଠକ ଡକାଯାଇଛି । ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଗୃହରେ ଶୃଙ୍ଖଳା ରକ୍ଷା କରି ନିଜର କାର୍ଯ୍ୟ ସମ୍ପାଦନ କରିବା ପାଇଁ ବାଚସ୍ପତି ଓମ୍ ବିର୍ଲା ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରିବେ ।

ଚଳିତ ଅଧିବେଶନରେ ପ୍ରାୟ ୧୬ଟି ନୂଆ ବିଲ୍ ଆଗତ କରାଯିବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍, ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଆଦି ଚଳିତ ଅଧିବେଶନରେ ଆଗତ ହେବ । ଉଭୟ ଲୋକସଭା ଓ ରାଜ୍ୟସଭାରେ ସରକାର ଅତିରିକ୍ତ ଅନୁଦାନ, ଚଳିତ ଆର୍ଥିକ ବର୍ଷରେ ଜାରି ରହିଥିବା କାର୍ଯ୍ୟକ୍ରମ ଉପରେ ଅଧିକ ବ୍ୟୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ବିଶ୍ବସ୍ତରୀୟ ଟ୍ରେଡମାର୍କ ରେଜିଷ୍ଟ୍ରେସନ ବିଲ୍ ପାରିତ ହେଲେ ଜଣେ ବ୍ୟକ୍ତି ସାରା ବିଶ୍ବରେ ଟ୍ରେଡମାର୍କ ପାଇବାର ଅଧିକାର ପାଇବେ । ସେହିପରି ସମବାୟ ସଂସ୍ଥାଗୁଡିକୁ ସଶକ୍ତ କରିବା, ସେଥିରେ ସଂସ୍କାର ଆଣିବା, ସମବାୟ ସଂସ୍ଥା ନିର୍ବାଚନକୁ ସ୍ବଚ୍ଛ କରିବା ଲାଗି ବହୁମୁଖୀ ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍-୨୦୨୨ ଅଣାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com