ଓଡ଼ିଶା

ଆଜି ବିଶ୍ୱ ପଖାଳ ଦିବସ, ବାଲୁକାକଳାରେ ମହାପ୍ରଭୁଙ୍କ ଅବିକଳ ଦହି ପଖାଳ

ପୁରୀ() ମାର୍ଚ୍ଚ ୨୦ ତାରିଖ ହେଉଛି ବିଶ୍ୱ ପଖାଳ ଦିବସ। ତେବେ ଏହି ବିଶ୍ଵ ପଖାଳ ଦିବସ ଅବସରରେ ପ୍ରତେକ ଓଡ଼ିଆଙ୍କୁ ବାଲୁକା ଚିତ୍ର କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ଏ ନେଇ ଏକ ଆକର୍ଷଣୀୟ ବାଲୁକା ଚିତ୍ରକଳା ପ୍ରଦର୍ଶିତ କରିଛନ୍ତି। ବାଲିରେ ସେ ପଖାଳ , ବଡୀ ଚୁରା , ମାଛ ଭଜା , ଓ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ର ଅବିକଳ ପ୍ରତିକୃତି ଗଢିଛନ୍ତି। ଯାହାକି ବେଶ ଆକର୍ଷଣୀୟ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କୁ ଦହି ପଖାଳ ଲାଗି କରାଯାଏ।

ଏଣୁ ପଖାଳ ଓଡିଆ ମାନଙ୍କର ଅତି ପ୍ରିୟ ଓ ପ୍ରମୁଖ ଖାଦ୍ୟ ଭାବେ ଗ୍ରହଣ କରାଯାଇଛି। ପଖାଳ ଭୋଜନର ଏକ ସ୍ୱତନ୍ତ୍ରତା ରହିଛି। ଏଣୁ ପଖାଳ ଭୋଜନକୁ ମନେ ରଖିବା ପାଇଁ ମାର୍ଚ୍ଚ ୨୦ତାରିଖକୁ ବିଶ୍ୱ ପଖାଳ ଦିବସ ଭାବେ ପାଳନ କରାଯାଇଥାଏ। ଗତ କିଛି ବର୍ଷ ହେବ ସୋସିଆଲ ମିଡିଆରେ କିଛି ଓଡ଼ିଆ ଵ୍ୟକ୍ତିଙ୍କ ଦ୍ଵାରା ପଖାଳ ଦିବସ ଭାବେ ପାଳନ କରାଯାଉଛି। ଵିଶେଷ କରି ଓଡିଶାର ଖାଦ୍ୟ ପଖାଳର ପ୍ରଚାର ପ୍ରସାର ଉଦେଶ୍ୟ ନେଇ ଏହି ଦିବସ ପାଳନ ର ମୁଖ୍ୟ ଉଦେଶ୍ୟ ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com