ଜାତୀୟ

କାର ଚାଳକଙ୍କୁ ଭାରି ପଡ଼ିଲା ଷ୍ଟଣ୍ଟ୍‌, ବସ୍‌ ସହ ଘସି ହୋଇ ଓଲଟି ପଡ଼ିଲା

ନୂଆଦିଲ୍ଲୀ() ସୋସିଆଲ୍‌ ମିଡିଆରେ ଏମିତି ଅନେକ ଭିଡିଓ ଦେଖିବାକୁ ମିଳିବ ଯେଉଁଥିରେ କିଛି ଲୋକ ଅସାଧାରଣ କାମ କରିବାକୁ ଚେଷ୍ଟା କରୁଥିବେ । କିନ୍ତୁ ପରେ ସେମାନେ ଏଥିପାଇଁ କଷ୍ଟ ଅନୁଭବ କରିବେ ବା ଏହାର ଫଳ ସେମାନଙ୍କୁ ଭୋଗିବାକୁ ପଡ଼ିବ । ସେହିପରି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଯେଉଁଥିରେ ଜଣେ ବ୍ୟକ୍ତି ଷ୍ଟଣ୍ଟ ଦେଖାଇବାକୁ ଯାଇ ନିଜକୁ ବିପଦରେ ପକାଇଛନ୍ତି ।

ବ୍ୟକ୍ତି ଜଣକ ଅଣ ଓସାରିଆ ରାସ୍ତାରେ ଆସୁଥିବା ଏକ ଭାରିଯାନକୁ ରାସ୍ତା ଛାଡ଼ିଦେବା ବଦଳରେ ଦୁଃସାହସର ସାଇଡ୍‌ ପାହାଡ଼ ଉପରେ କାର୍‌କୁ ଚଳାଇଥିଲେ । ଯାହାକୁ ନେଇ ତାଙ୍କୁ ଏକ ବଡ଼ ବିପଦର ସାମ୍ନା କରିବାକୁ ପଡ଼ିଛି । ହେଲେ ଏଥିରେ କାହାର କିଛି କ୍ଷତି ହୋଇନଥିବା ବେଳେ ଗାଡ଼ିଟି ଲେଉଟି ପଡ଼ିଛି ।

ଭାଇରାଲ୍‌ ଭିଡିଓକୁ ସୋସିଆଲ୍‌ ମିଡିଆର ବିଭିନ୍ନ ପ୍ଲାଟ୍‌ଫର୍ମରେ ସେୟାର କରାଯାଉଛି । କାର୍‌ଟି ପୁରା ସିଧା ଆଙ୍ଗଲରେ ବସ୍‌କୁ ଅତିକ୍ରମ କରୁଥିବାରୁ ଶେଷରେ ବସ୍‌ ପଛପଟେ ଓଲଟି ପଡ଼ିଥିଲା । କାର ଭିତରେ ବସିଥିବା ସମସ୍ତ ବ୍ୟକ୍ତି ଧିରେ ଧିରେ ଏଥିରୁ ବାହାରକୁ ବାହରୁଥିବା ଦେଖିବାକୁ ମିଳିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com