ଅନ୍ୟାନ୍ୟ

ଭାରସାମ୍ୟ ହରାଇ ୪ରୁ ୫ଥର ପଲ୍‌ଟି ମାରିଲା ବୋଲେରୋ, ୨ ଗୁରୁତର, ୩ ଆହତ

ଲମତାପୁଟ() କ୍ରିକେଟ୍ ଖେଳି ଯାଉଥିବା ସମୟରେ ଭାରସାମ୍ୟ ହରାଇ ବୋଲେରୋ ଓଲଟି ୨ଜଣେ ଗୁରୁତର, ୩ ଆହତ ହୋଇଛନ୍ତି । ନନ୍ଦପୁରରୁ ଏକ ୭ ଜଣିଆ କ୍ରିକେଟ ଟିମ୍ ସ୍ଥାନୀୟ ଜଲାପୁଟକୁ ଖେଳିବାକୁ ଯାଉଥିବା ସମୟରେ ଜଲାପୁଟ ଲୁହା ବ୍ରିଜ ନିକଟରେ ବୋଲେରୋ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଗାଡ଼ିଟି ବହୁତ ସ୍ପିଡ ଥିବାରୁ ୪/୫ ଥର ଓଲଟି ଥିବା କହିଛନ୍ତି ପ୍ରତ୍ୟେକ୍ଷଦର୍ଶୀ । ସେହି ସମୟରେ ସିମିଳିଗୁଡାର ଜଣେ ବ୍ୟକ୍ତି ଜଲାପୁଟରୁ ଘରକୁ ଫେରୁଥିବା ସମୟରେ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଆଶା କିରଣ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । କିନ୍ତୁ ଡ୍ରାଇଭର ଆଉ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ ଯଲାପୁଟ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com