Breaking NewsFeaturedରାଜନୀତି

ବଢିଲା ଲାଲୁଙ୍କ ଅଡୁଆ

ବଢିଲା ଲାଲୁଙ୍କ ଅଡୁଆ । ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନକୁ ସୁପ୍ରିମ କୋର୍ଟରେ ଚାଲେଞ୍ଜ କରିଛି ସିବିଆଇ । ଲାଲୁଙ୍କୁ ଝାରଖଣ୍ଡ ହାଇକୋର୍ଟ ଜାମିନ ଦେଇଥିବା ବେଳେ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି ସିବିଆଇ । ସୁପ୍ରିମ କୋର୍ଟ ମଧ୍ୟ ଏହି ମାମଲାର ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି । ଅଗଷ୍ଟ ୨୫ରେ ଏହି ମାମଲାର ଶୁଣାଣି ହେବ । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସିବିଆଇ ଚାହୁଁନି କୋଟି କୋଟି ଟଙ୍କା ଦୁର୍ନୀତିରେ ଛନ୍ଦି ହୋଇଥିବା ଲାଲୁଙ୍କୁ ଜାମିନ ମିଳୁ ବୋଲି ।

ହୋଇଥିବା ୪ଟି ମାମଲା ସହ ଜଡିତ ଦୋରଣ୍ଡା ଟ୍ରେଜେରୀ ମାମଲାରେ ଝାଡ଼ଖଣ୍ଡ ହାଇକୋର୍ଟ ଦେଇଥିବା ଜାମିନକୁ ‘ସିବିଆଇ’ ଚାଲେଞ୍ଜ୍ କରିଛି। ଜାମିନକୁ ବାତିଲ କରିବା ପାଇଁ ଅନୁରୋଧ କରିଛି। ଲାଲୁ ପ୍ରସାଦ ଯାଦବ ବିହାର ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୋ-ଖାଦ୍ୟ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ବିଭିନ୍ନ ସରକାରୀ ପାଣ୍ଠିରୁ ୯୫୦ କୋଟି ଟଙ୍କା ବେଆଇନ ଭାବେ ଉଠାଇଥିଲେ। ହେଲେ ଏହାର ହିସାବ ଦେଇପାରୁ ନାହାନ୍ତି ଲାଲୁ। ଚଳିତ ବର୍ଷ ଫେବୃଆରୀରେ ଲାଲୁ ପ୍ରସାଦ ଯାଦବଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ। ଦୋରାଣ୍ଡା ଟ୍ରେଜେରୀ ମାମଲାରେ ୯୯ ଅଭିଯୁକ୍ତଙ୍କ ମଧ୍ୟରୁ ୨୪ ଜଣ ଖଲାସ ହୋଇଥିବା ବେଳେ ଗତ ସପ୍ତାହରେ ୪୬ ଜଣଙ୍କୁ ୩ ବର୍ଷ ପାଇଁ ଜେଲ୍ ଦଣ୍ଡ ହୋଇଛି। ଦୁମକା, ଚାଈବାସା, ଡୋରଣ୍ଡା ଓ ଦେଓଗଡ଼ ଟ୍ରେଜରି ମାମଲା ସହିତ ଜଡ଼ିତ ଥିବା ଆଉ ୪ଟି ମାମଲାରେ ୭୪ ବର୍ଷିୟ ଲାଲୁ ପ୍ରସାଦ ଯାଦବଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ ଦିଆଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com