ଅନ୍ୟାନ୍ୟ

ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ପିଟିପିଟି ମାରିଦେଲେ ଗାଁ ଲୋକେ

ଭୁବନେଶ୍ୱର, ୨୭/୧୦/୨୦୨୨-   ପୁଣି ଗୁଣିଗାରେଡି ସନ୍ଦେହରେ ଗଡିଲା ମୁଣ୍ଡ । ସଂଘବଦ୍ଧ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମଧୁରଝୋଳି ଗାଁରେ ଘଟିଛି ଏଭଳି ଏକ ଜଘନ୍ୟ ହତ୍ୟା କାଣ୍ଡ । ଘଟଣାପରେ ଗାଁରେ ପୋଲିସ ପହଞ୍ଚି ୯ ଜଣ ପୁରୁଷଙ୍କୁ ଘରୁ ଉଠାଇ ନେଇ ଥାନାରେ ଅଟକ ରଖିଥିଲା । ପରବର୍ତ୍ତୀ ସମୟରେ ପୁଣି ୫୦ ରୁ ଉର୍ଦ୍ଧ୍ବ ମହିଳାଙ୍କୁ ଥାନାକୁ ଉଠାଇ ନେଇଛି ପୋଲିସ ।

ଗୁଣି ଗାରେଡ଼ି ସନ୍ଦେହକୁ କେନ୍ଦ୍ରକରି ଗତ ୨ ମାସ ହେଲା ଗାଁ ରେ ଅସନ୍ତୋଷ ଲାଗି ରହିଛି । ପୋଲିସ ମଧ୍ୟ ଘଟଣାର ସମାଧାନ ପାଇଁ , ବାରମ୍ବାର ଉଦ୍ୟମ କରିଛି । ତା ସତ୍ବେ ଗତ ରାତିରେ ଉତ୍ତେଜନା ଦେଖା ଦେଇଥିଲା । ଗ୍ରାମର ଏକାଧିକ ଲୋକଙ୍କ ଆକ୍ରମଣ ରେ ଦୁଇ ପରିବାର ର ଦୁଇ ଜଣ ବ୍ୟକ୍ତି ଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଗୁରୁବାର ସକାଳୁ ଝୁନୁ ନାହାକ ନାମକ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ଏବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

 

Related Articles

Back to top button
WP Twitter Auto Publish Powered By : XYZScripts.com