ଓଡ଼ିଶା

ଶ୍ରଦ୍ଧାଳୁ ଆଜି ଠାରୁ ଜଗା ଦର୍ଶନ କରିପାରିବେ : କୋଭିଡ୍ ଗାଇଡଲାଇନ୍ ମାନିବା ବାଧ୍ୟତାମୂଳକ

ପୁରୀ : ବହୁ ଅପେକ୍ଷାର ଆଜି ଅନ୍ତ ଘ ଟିବଛି, ଆଜି ଠାରୁ ଖେଲିବ ଶ୍ରୀ ମନ୍ଦିର । କରୋନା ସଂକ୍ରମଣ ବଡ଼ିବା ଯୋଗୁଁ ଗତ ୯ ଜାନୁଆରୀ ଠାରୁ ବନ୍ଦ ରହିଥିଲା ଜଗା ଦର୍ଶନ । ଜଗା ଦର୍ଶନ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଛି । ପୂର୍ବଭଳି ଏବେ ମଧ୍ୟ କୋଭିଡ୍ କଟକଣା ମାନି ଭକ୍ତ ଜଗା ଦର୍ଶନ କରିପାରିବେ । ଦୁଇ ଡୋଜ ଟିକାକରଣ ପ୍ରମାଣ ପତ୍ର କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେଖାଇ ମନ୍ଦିର ମଧ୍ୟକୁ ପ୍ରବେଶ କରିପାରିବେ ଭକ୍ତ । ପୂର୍ବଭଳି ପୁରୀବାସୀ ପଶ୍ଚିମ ଦ୍ୱାରରେ ପ୍ରବେଶ କରୁଥିବା ବେଳେ ଅନ୍ୟ ଭକ୍ତମାନେ ପୂର୍ବ ଦ୍ୱାରରେ ପ୍ରବେଶ କରୁଛନ୍ତି ।
ଜଗା ଦର୍ଶନରେ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ସକାଳ ୬ରୁ ରାତି ୯ଟା ଯାଏ ଶ୍ରୀ ମନ୍ଦିର ଖୋଲା ରହିବ । ଦେଉଳ ପ୍ରବେଶ ବେଳେ ପରିଚୟ ପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ମାସ୍କ ବିନ୍ଧିବା , ସାନିଟାଇଜ ବ୍ୟବହାର କରିବା ଆଦି ବାଧ୍ୟତାମୂଳକ କରାଯାଇଛି । କୋଭିଡ୍ ଗାଇଡଲାଇନ ନମାନିଲେ ଜରିମାନା ସହିତ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ । ଅନ୍ୟପକ୍ଷରେ ସେବାୟତମାନଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ଦିଗରେ ପଦକ୍ଷେପ ନିଆଯାଉଛି ।

Related Articles

Back to top button
WP Twitter Auto Publish Powered By : XYZScripts.com