ଅନ୍ତର୍ଜାତୀୟ

ପାକିସ୍ତାନୀ ସେନା ଶିବିର ପାଖରେ ବଡ଼ ଧରଣର ବିସ୍ଫୋରଣ

ଇସଲମାବାଦ() ଉତ୍ତର ପାକିସ୍ତାନର ସିୟାଲକୋଟ ସହରରେ ଗୋଟିଏ ବଡ଼ ଧରଣର ବିସ୍ଫୋରଣ  । ସୂଚନାଅନୁସାରେ ରବିବାର ସକାଳ ଏହି ବିସ୍ଫୋରଣ ପାକିସ୍ତାନୀ ସେନା ଶିବିର ପାଖରେ ହୋଇଛି । ଏହି ବିସ୍ଫୋରଣର ଶବ୍ଦ ଖୁବ ଭୟଙ୍କର ହୋଇଥିବା ଜଣାପଡ଼ିଛି । କାରଣ ଏହାର ଶବ୍ଦରେ ପୂରା ଅଞ୍ଚଳ ଫାଟିପଡ଼ିଥିଲା ।

ସୂଚନା ଅନୁସାରେ , ପ୍ରଥମେ ଗୁଳିଗୋଳାଥିବା ସ୍ଥାନରେ ନିଆଁ ଲାଗିଯାଇଥିଲା । କିଛି ସମୟ ପରେ ବିସ୍ଫୋରଣର ଶବ୍ଦ ଶୁଭି ଥିଲା । ଯଦିଓ ବିସ୍ଫୋରଣର ଅନ୍ୟ କିଛି କାରଣ ଜଣାପଡ଼ିନାହିଁ । କିନ୍ତୁ ଉତ୍ତର ପାକିସ୍ତାନର ସିୟାଲକୋଟରେ ସେନା ଶିବିର ଥିଲା । ଏଭଳି ପରିସ୍ଥିତିରେ ବିସ୍ଫୋରଣ କାରଣରୁ ବଡ଼ କ୍ଷୟକ୍ଷତିର ଆଶଙ୍କା କରାଯାଉଛି।

 

ଏହି ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି । ଏହି ଭିଡ଼ିଓକୁ ନେଇ ଦାବି କରାଯାଉଛି ଯେ ପୂର୍ବରୁ ଏଠାରେ ଅନେକ ବଡ଼ ବଡ଼ ବିସ୍ଫୋରଣ ହୋଇଛି । ସିୟାଲକୋଟରେ ସେନା ଶିବିର ବହୁତ ପୁରଣା ଏବଂ ଏହା ପାକିସ୍ତାନୀ ସେନାଙ୍କ ଗୁରୁତ୍ୱପୂର୍ଣ୍ଣ ସେନା ଶିବିର ଯାହା ସହର ସହ ଲାଗିରହିଛି । ଏବଂ ଏହାର ସ୍ଥାପନା  ୧୮୫୨ରେ ବ୍ରିଟିସ ଭାରତୀୟ ସେନା ଦ୍ୱାରା କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com