ଅନ୍ୟାନ୍ୟ

ନାସିକରେ ଜଳିଗଲା ବସ୍ – ୧୧ ଜୀବନ୍ତ ଦଗ୍ଧ

ନାସିକ, ୦୮/୧୦/୨୦୨୨-   ମହାରାଷ୍ଟ୍ର ନାସିକରେ ଯାତ୍ରୀବାହି ବସରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତ ୧୧ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୮ କଣ ପ୍ରାଣ ହରାଇଥିଲେ । ଏଥି ସହିତ ୩୭ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ଏବଂ ପୋଲିସ ସମସ୍ତ ଆହତଙ୍କୁ ସ୍ଥାନୀୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ।

ଶନିବାର ଭୋର ୫ଟା ସମୟରେ ଔରଙ୍ଗାବାଦ ରୋଡରେ ନାସିକର ନାନ୍ଦୁର ନାକା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସଟି ଏକ କଂଟେନର ସହ ଧକ୍କା ହେବା ଯୋଗୁଁ ନିଆଁ ଲାଗିଯାଇଥିଲା । ନିଆଁର ବେଗ ଏତେ ପ୍ରଖର ଥିଲା ଯେ, ଯାତ୍ରୀମାନେ ବାହାରିବାକୁ ସକ୍ଷମ ହୋଇନଥିଲେ । ଖବରପାଇ ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଞ୍ଚି ନିଆଁଜୁ ଆୟତ୍ତ କରିଥିଲା । ଏହି ଦୁର୍ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଶୋକ ପ୍ରକାଶ କରିବା ସହିତ ମୃତକ ମାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଦୁର୍ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com