ଓଡ଼ିଶା

ଘର ସାମ୍ନା ପୋଖରୀରେ ବୁଡ଼ିଗଲେ ଯାଆଁଳା ପୁଅ

ଗୋଲାମୁଣ୍ଡା() ଘର ଭିତରେ ମା’ ରୋଷେଇ କରୁଥିଲେ। ଦୁଇ ଯାଆଁଳା ପୁଅଙ୍କୁ ମଧ୍ୟାହ୍ନ ଭୋଜନ କରାଇବେ ବୋଲି ରୋଷେଇ କାମରେ ବ୍ୟସ୍ତ ଥିଲେ। ଘର ବାହାରେ ପିଲାମାନେ ଖେଳୁଥିବା ବେଳେ ବ୍ୟସ୍ତତା କାରଣରୁ ତାହା ସେ ଜାଣି ପାରି ନଥିଲେ। ସେମାନେ ଏହାରି ଭିତରେ ଘର ସାମ୍ନାରେ ଥିବା ପୋଖରୀକୁ ଚାଲିଯାଇଥିଲେ ଯାଆଁଳା ଭାଇ।  ଦୁଇ ଭାଇ ପ୍ରତିଦିନ ଘରେ ଗାଧୋଇ ଥାନ୍ତି। କିନ୍ତୁ ଆଜି କାହିିଁକି କେଜାଣି ସେମାନେ ଖେଳିବା ଆଳରେ ପୋଖରୀକୁ ପହଞ୍ଚି ଯାଇଥିଲେ। ପୋଖରୀରେ ଗାଧୋଇବା ଅଭିଜ୍ଞତା ନଥିବାରୁ ଯାଆଁଳା ଭାଇ ବୁଡ଼ି ଯାଇଥିଲେ। କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ମହାଲିଙ୍ଗ ଗ୍ରାମରେ ଆଜି ଏହି ଅଭାବନୀୟ ଅଘଟଣ ଘଟି ଯାଇଛି। ଗାଁର ପୋଖରୀରେ ଦୁଇ ଯାଆଁଳା ଭାଇ ବୁଡି ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମାନେ ହେଲେ ୫ ବର୍ଷ ବୟସର ପୀୟୁଷ ଓ ୟସ।

Related Articles

Back to top button
WP Twitter Auto Publish Powered By : XYZScripts.com