ଅନ୍ତର୍ଜାତୀୟଜାତୀୟ

ୟୁକ୍ରେନ୍‌ ସଙ୍କଟ ୧୭୦ କୋଟି ଲୋକଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ: ଜାତିସଂଘ ମୁଖ୍ୟ

ନୂଆଦିଲ୍ଲୀ() ରୁଷୀୟ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌ରେ ଉପୁଜିଥିବା ସଙ୍କଟ ବିଶ୍ବ ଜନତାର ଏକପଞ୍ଚମାଂଶରୁ ଊର୍ଦ୍ଧ୍ବ ଅର୍ଥାତ୍‌ ୧୭୦ କୋଟି ଜନତାଙ୍କୁ ଦାରିଦ୍ର୍ୟ ଓ କ୍ଷୁଧା କବଳରେ ପକାଇବ ବୋଲି ଜାତିସଂଘ ସତର୍କ କରାଇ ଦେଇଛି।

ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ କହିଛନ୍ତି ଯେ, ୟୁକ୍ରେନ୍‌ ସଙ୍କଟ ଖାଦ୍ୟଶସ୍ୟ ରପ୍ତାନି ଅବରୋଧ କରିବା ସହ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ସୃଷ୍ଟି କରୁଥିବାରୁ ବିଭିନ୍ନ ସାମଗ୍ରୀର ମୂଲ୍ୟ ଦ୍ରୁତ ବେଗରେ ବୃଦ୍ଧି ପାଉଛି।

ଜାତିସଂଘ ମୁଖ୍ୟ ଗୁଟେରସ୍‌ ଆହୁରି ମଧ୍ୟ କହିଛନ୍ତି, ବିଶ୍ବରେ ଉତ୍ପାଦନ ହେଉଥିବା ଗହମ ଓ ଯଅର ୩୦%, ମକାର ଏକ ପଞ୍ଚମାଂଶ, ସୂର୍ଯ୍ୟମୁଖୀ ତେଲର ଅଧାରୁ ଅଧିକ ୟୁକ୍ରେନ୍‌ ଓ ରୁଷ୍‌ରେ ଉତ୍ପାଦନ କରାଯାଏ। ଅନ୍ୟୂନ ୪୫ଟି ବିକଶିତ ରାଷ୍ଟ୍ର ଆମଦାନି କରୁଥିବା ଗହମର ଏକ ତୃତୀୟାଂଶରୁ ଅଧିକ ରୁଷ୍‌ ଓ ୟୁକ୍ରେନ୍‌ରୁ ମିଳିଥାଏ।

୨୦୨୨ର ଆରମ୍ଭରୁ ଗହମ ଓ ମକା ଦର ୩୦% ଏବଂ ଅଶୋଧିତ ତୈଳ ଦର ୬୦%ରୁ ଅଧିକ ବୃଦ୍ଧି ପାଇଥିବା ବେଳେ ଗ୍ୟାସ୍‌ ଓ ସାର ଦର ୨ଗୁଣରୁ ଅଧିକ ବୃଦ୍ଧି ପାଇଛି।

ଧନୀକୁ ଆହୁରି ଧନୀ ଏବଂ ଗରିବକୁ ଆହୁରି ଗରିବ କରୁଥିବା ବିଶ୍ବ ଆର୍ଥିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପାଇଁ ବୈଶ୍ବିକ ସଂସ୍କାର ନିମନ୍ତେ ଗୁଟେରେସ୍‌ ଆହ୍ବାନ ଦେଇଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com