Breaking NewsFeaturedଓଡ଼ିଶା

ଶ୍ରୀମନ୍ଦିରରେ ବଡ ଅବ୍ୟବସ୍ଥା, ଭିଡ ଭିତରେ ଅଣନିଶ୍ୱାସୀ ଭକ୍ତ

ଶ୍ରୀମନ୍ଦିରରେ ପ୍ରବଳ ଭିଡ । କାର୍ତ୍ତିକ ମାସ ଉପଲକ୍ଷେ ବହୁ ସଂଖ୍ୟାରେ ହବିଷ୍ୟାଳୀ ଶ୍ରୀମନ୍ଦିରକୁ ଆସିଥିଲେ । ଯେଉଁଥିପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଯେତେବେଳେ ସିଂହଦ୍ୱାରା ବ୍ୟାରିକେଡ ଖୋଲାଯାଇଥିଲା ସେହିସମୟରେ ହବିଷ୍ୟାଳି ମାନେ ଏକକାଳିନ ମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଫଳରେ ଘଣ୍ଟ ଦ୍ୱାରା ଏବଂ ସାତପାହାଚ ନିକଟରେ ହଜାର ହଜାର ଭକ୍ତଙ୍କ ଗହଳି ଓ ଠେଲାପେଲା ପରିସ୍ଥିତି ଦେଖିବାକୁ ମିଳିଥିଲା । ଠେଲାପେଲା ହେବାଦ୍ୱାରା ପ୍ରାୟ ୨୦ରୁ ଅଧିକ ଭକ୍ତ ଆହତ ହୋଇଥିଲେ । ଆହତ ମାନଙ୍କୁ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ତେବେ ଚିକିତ୍ସା ପରେ ସମସ୍ତେ ଫେରି ଯାଇଥିବା ସୂଚନା ମିଳିଛି । ଏହା ସହ କିଛି ଆହତଙ୍କୁ ଶ୍ରୀମନ୍ଦିର ଭିତରେ ଥିବା କାର୍ଯ୍ୟାଳୟରେ ରଖାଯାଇଥିଲା । ହେଲେ ପରେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ଛଡାଯାଇଛି । ତେବେ ଆହଜ ହବିଷ୍ୟାଳି ଓ ଭକ୍ତମାନଙ୍କ କହିବା କଥା ହେଲା ଠେଲାପେଲା ସମୟରେ ଲୋକମାନେ ସେମାନଙ୍କ ଉପରେ ଚଢ଼ିଯିବା ସହ ଚକଟି ଦେଇଥିଲେ। ଫଳରେ ବହୁ ଭକ୍ତ ଆହତ ହେବା ସହ ଅନେକ ଗୁରୁତର ଅଛନ୍ତି। ଶୁଣନ୍ତୁ କଣ କହୁଛନ୍ତି ଆହତ ଭକ୍ତ ।

ତେବେ ସବୁଠାରୁ ବିଡ଼ମ୍ବନାର ବିଷୟ ଯେତେବେଳେ ଦର୍ଶନ ଆରମ୍ଭ ହୋଇଥିଲା ସେତେବେଳେ ଏକକାଳୀନ ଉଭୟ ସାଧାରଣ ଭକ୍ତ ଓ ହବିଷ୍ୟାଳିଙ୍କୁ ମନ୍ଦିରକୁ ଛଡାଯାଇଥିଲା। ଫଳରେ ସିଂହଦ୍ଵାର ଗୁମୁଟରେ ବି ଭକ୍ତମାନଙ୍କ ପ୍ରବେଶ ବେଶ୍ କଷ୍ଟଦାୟକ ହୋଇଥିଲା। ତେବେ ସୁରକ୍ଷା କର୍ମୀଙ୍କ ମନମାନି ଯୋଗୁଁ ଆଜି ଠେଲାପେଲା ଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଆଶଙ୍କା କରାଯାଉଛି। ସେପଟେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ ଅହେତୁକ ତ୍ରୁଟି ଯୋଗୁଁ ଏଭଳି ଏକ ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଶ୍ରୀମନ୍ଦିରରେ ଘଟିଥିବା ଆଜିର ଏହି ଅଘଟଣକୁ ନେଇ କଣ କହୁଛନ୍ତି ଜଟଣୀ ବିଧାୟକ ସୁର ରାଉତ ରାୟ ଆସନ୍ତୁ ଶୁଣିବା ।

ତେବେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଥିବା ବେଳେ କଂଗ୍ରେସ ଏହାକୁ ଆନନେ୍ଦାଳନର ରୂପ ଦେଇସାରିଲାଣି ।

 

Related Articles

Back to top button
WP Twitter Auto Publish Powered By : XYZScripts.com