Featuredଅନ୍ତର୍ଜାତୀୟକ୍ରୀଡ଼ାଜାତୀୟ

ସୁନ୍ଦରୀ କ୍ରିକେଟର୍‌ଙ୍କ ମଧ୍ୟରେ ବାରି ହୋଇପଡ଼ନ୍ତି ଭାରତୀୟ ତରୁଣୀ, ଜାଣନ୍ତୁ ସେ କିଏ…

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ସାରା ବିଶ୍ୱରେ ଏବେ କ୍ରିକେଟରଙ୍କ ପ୍ରବଳ କ୍ରେଜ୍ ରହିଛି । ସେ ମହିଳା ହୁଅନ୍ତୁ ବା ପୁରୁଷ ସମସ୍ତେ କ୍ରିକେଟରଙ୍କ ପ୍ରେମରେ ମତୁଆଲା । କ୍ରିକେଟରଙ୍କ ଖେଳକୁ ଦର୍ଶକ ଯେତିକି ଭଲପାନ୍ତି ସେମାନଙ୍କ ସୁନ୍ଦର ଚେହେରାକୁ ମଧ୍ୟ ସେତିକି ଭଲପାନ୍ତି । ଯେଉଁଥିପାଇଁ ଦର୍ଶକ ସେମାନଙ୍କ ଫ୍ୟାନ୍ ବନିଯାନ୍ତି । ତେବେ ଆମେ ଆଜି ଆପଣଙ୍କୁ କହିବୁ ବିଶ୍ୱର ବଛା ବଛା ଶ୍ରେଷ୍ଠ ୧୦ ଜଣ ସୁନ୍ଦରୀ କ୍ରିକେଟରଙ୍କ ନାମ ।

ଏହି ତାଲିକାର ୧୦ମ ସ୍ଥାନରେ ଆସୁଛନ୍ତି ପାକିସ୍ତାନର ସୁନ୍ଦରୀ କ୍ରିକେଟର କାଏନାତ ଇମତିଆଜ୍ । ଏହି ଡାହାଣହାତୀ ମିଡିୟମ ପେସ ବୋଲର ୨୦୧୦ ଏନିଆନ୍ କପରେ ଗୋଲଡ ମେଡାଲ ଜିତିଥିଲେ ।

ସିସିଲିଆ ଜୟସ୍ ସୁନ୍ଦରୀ କ୍ରିକେଟରଙ୍କ ମଧ୍ୟରେ ନବମ ସ୍ଥାନ ଅଧିକାର କରିଛନ୍ତି । ଆୟର୍ଲାଣ୍ଡର ଏହି ପୂର୍ବତନ କ୍ରିକେଟରଙ୍କ ସମସ୍ତ ଭାଇ ଭଉଣୀ ତାଙ୍କ ଦେଶ ପାଇଁ କ୍ରିକେଟ ଖେଳିଛନ୍ତି ।

ସୁନ୍ଦରୀ କ୍ରିକେଟରଙ୍କ ମଧ୍ୟରେ ଅଷ୍ଟମ ସ୍ଥାନରେ ରହିଛନ୍ତି ଭାରତର ହରଲିନ ଦେଓଲ । ୨୫ ବର୍ଷୀୟ ଏହି ସୁନ୍ଦରୀ ଭାରତ ପାଇଁ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଏବଂ ପାର୍ଟ ଟାଇମ ଲେଗ ସ୍ପିନର ଭାବେ ଖେଳିଥାନ୍ତି । ତେବେ ଅନେକ ସମୟରେ ସେ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ଛାଡିଥାନ୍ତି ।

ସେହିପରି ସୁନ୍ଦରୀ କ୍ରିକେଟରଙ୍କ ମଧ୍ୟରେ ସୁନେ ଲୁସ୍ ଆସୁଛନ୍ତି ସପ୍ତମ ସ୍ଥାନରେ । ସାଉଥ୍ ଆଫ୍ରିକାର ଏହି ସୁନ୍ଦରୀ ଜଣକ ୨୦୧୨ରେ ଡେବ୍ୟୁ କରିଥିଲେ। ସୁନେ ଲୁସ୍ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ମହିଳା କ୍ରିକେଟର ଯିଏ ଗୋଟିଏ ମ୍ୟାଚରେ ୫୦ ରନ କରିବା ସହ ୫ ୱିକେଟ୍‌ ନେଇଛନ୍ତି । ତାଙ୍କର ବହୁ ଫଟୋ ସୋସିଆଲ ମିଡିଆରେ ଅପଲୋଡ ହୋଇଥାଏ ।

Smriti Mandhana
Smriti Mandhana, Most beautiful Cricketer of World who make India pride

ସୁନ୍ଦରୀଙ୍କ ମଧ୍ୟରେ ଷଷ୍ଠ ସ୍ଥାନରେ ରହିଛନ୍ତି ଆଉ ଜଣେ ପାକିସ୍ତାନୀ କ୍ରିକେଟର ସନା ମିର୍ । ମହିଳା ଦଳର ଏହି ପୂର୍ବତନ କ୍ୟାପଟେନ ଦେଖିବାକୁ ଖୁବ୍ ସୁନ୍ଦର ଓ ଆକର୍ଷଣୀୟା।

ଇଂଲଣ୍ଡ କ୍ରିକେଟର କ୍ୟାଟ କ୍ରସ୍ ସୁନ୍ଦରୀଙ୍କ ଭିତରେ ପଞ୍ଚମରେ ରହିଛନ୍ତି । ନିଜ ସୁନ୍ଦରତା ପାଇଁ ସେ ସବୁବେଳେ ଫ୍ୟାନ୍ସଙ୍କ ହୃଦୟ ଜିତିଥାନ୍ତି ।
ହଲି ଫର୍ଲିଂ ହେଉଛନ୍ତି ଚତୁର୍ଥ ସୁନ୍ଦରୀ କ୍ରିକେଟର । ୨୦୦୩ରେ ଅଷ୍ଟ୍ରେଲିଆ କ୍ରିକେଟରେ ଡେବ୍ୟୁ କରିଥିବା ଫର୍ଲିଂଙ୍କ ସୁନ୍ଦରତାର ଚର୍ଚ୍ଚା କରିବାପାଇଁ ରହିଛନ୍ତି ଲକ୍ଷ ଲକ୍ଷ ଦିୱାନା ।

ତୃତୀୟ ସୁନ୍ଦରୀ କ୍ରିକେଟର ହେଉଛନ୍ତି ସାରା ଟେଲର । ଇଂଲଣ୍ଡର ଏହି ୱିକେଟ କିପର – ବ୍ୟାଟ୍ସମ୍ୟାନଙ୍କ ସୌନ୍ଦର୍ଯ୍ୟର ତୁଳନା ବିଶ୍ୱର ଆଗ ଧାଡିର ସୁନ୍ଦରୀଙ୍କ ସହିତ କରାଯାଏ ।

ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ଏଲିସ ପେରୀଙ୍କ ନାମ । ଅଷ୍ଟ୍ରେଲିଆର ଏହି ଷ୍ଟାର କ୍ରିକେଟରଙ୍କ ସୌନ୍ଦର୍ଯ୍ୟ ସବବେୁଳେ ତାଙ୍କୁ ଚର୍ଚ୍ଚାରେ ରଖିଥାଏ ।

ତେବେ ସୁନ୍ଦରୀଙ୍କ ତାଲିକାର ସବୁଠୁ ଆଗରେ ରହିଛନ୍ତି ଭାରତର ସ୍ମ୍ରିତି ମନ୍ଧନା ( @mandhana_smriti )। ତାଙ୍କ ସୁନ୍ଦରତାର କୋଟି କୋଟି ପ୍ରଶଂସକ ରହିଛନ୍ତି । ସେ କ୍ରିକେଟ ପଡ଼ିଆକୁ ଆସିବା ମାତ୍ରେ ତାଙ୍କ ନାଁରେ ପୁରା ଷ୍ଟାଡିୟମ କମ୍ପିଯାଏ ।

 

Related Articles

Back to top button
WP Twitter Auto Publish Powered By : XYZScripts.com