ଅନ୍ୟାନ୍ୟ

ମୃତାବସ୍ଥାରେ ଉଦ୍ଧାର ହେଲା ୮ ବର୍ଷର ବାଳକ ତନ୍ମୟ ସାହୁ

ଜୀବନ ଯୁଦ୍ଧ ହାରିଗଲା ୮ ବର୍ଷର ବାଳକ ତନ୍ମୟ ସାହୁ । ବୋର୍‌ୱେଲ୍‌କୁ ଖସିପଡ଼ି ୫୫ ଫୁଟ୍‌ ଗଭୀରରେ ଲାଖି ରହିଥିବା ତନ୍ମୟକୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ ପରେ ତାକୁ ଗର୍ତ୍ତରୁ ବାହାର କରିବା ପରେ ତା’ର ମୃତ୍ୟୁ ଘଟିଥିବା କଥା ଆଜି ବୈତୂଲ ଜିଲ୍ଲା ପ୍ରଶାସନ କହିଛି। ଗତ ୫ ଦିନ ଧରି ଉଦ୍ଧାରକାରୀ ଦଳଙ୍କ ଅକ୍ଳାନ୍ତ ପରିଶ୍ରମ ସହ ତନ୍ମୟକୁ ଉଦ୍ଧାର କରାଯିବା ପରେ ବି ବଞ୍ଚିପାରିନାହିଁ ତନ୍ମୟର ଜୀବନ । ଉଦ୍ଧାର ପରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୋଷ୍ଟମର୍ଟମ ପାଇଁ ନିଆଯାଇଛି ।ଡିସେମ୍ବର ୬ରେ ବେତୁଲ ଜିଲ୍ଲା ମାଣ୍ଡଭି ଗାଁରେ ଖେଳୁଥିବା ବେଳେ ଖୋଲାଥିବା ବୋର୍‌ୱେଲ୍‌ର ଗାତ ଭିତରେ ଗଳି ପଡ଼ିଥିଲେ ତନ୍ମୟ। ବୋର୍‌ୱେଲ୍‌ ଭିତରେ ୫୫ ଫୁଟ୍ ଗଭୀରରେ ତନ୍ମୟ ଅଟକି ରହିଥିଲେ। ପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। NDRF ଓ SDRF ଟିମ୍ ଦିନରାତି ରେସ୍କ୍ୟୁ ଅପରେସନରେ ଲାଗିଥିଲେ।ତେବେ ୭୦ ଘଣ୍ଟାରୁ ଅଧିକ ସମୟ ଧରି ରେସ୍କ୍ୟୁ ଅଭିଯାନ ପରେ ତନ୍ମୟ ଉଦ୍ଧାର ହୋଇଥିଲେ। ହେଲେ ହସ୍ପିଟାଲ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com