ଜାତୀୟରାଜନୀତି

ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରୁ ପୁଷ୍ପାର ଡାଏଲଗ, କହିଲେ- ‘ଆମ ପୁଷ୍କର ଫାୟାର, କେବେ ନଇଁବ ନାହିଁ’

ନୂଆଦିଲ୍ଲୀ()  ଟଲିଉଡ ଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପାର କ୍ରେଜ୍ ଚାରିଆଡେ ରହିଛି । ସମସ୍ତେ ଏହି ଫିଲ୍ମର ଡାଏଲଗ ଏବଂ ଗୀତକୁ ବେଶ ପସନ୍ଦ କରୁଛନ୍ତି । ସୋସିଆଲ ମିଡିଆରେ ଏହି ଫିଲ୍ମକୁ ନେଇ ବେଶ ଚର୍ଚ୍ଚା ଜାରି ରହିଥିଲା, ଏବେ କିନ୍ତୁ ଏହାର କ୍ରେଜ୍ ରାଜନୀତିରେ ମଧ୍ୟ ଦେଖିବାକୁ ମିଳୁଛି । ହୁଏତ ଏଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ନିଜକୁ ଏହାଠାରୁ ଦୂରରେ ରଖିପାରିଲେ ନାହିଁ।

ଉତ୍ତରଖଣ୍ଡର ଗଙ୍ଗୋଲିହାଟରେ ଜନସଭାକୁ ସମ୍ୱୋଧିତ କରି ରାଜନାଥ ସିଂ ଫିଲ୍ମ ପୁଷ୍ପାର ଡାଏଲଗକୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ସହ ଯୋଡି ଏକ ଭିନ୍ନ ଶୈଳୀରେ ପରିବେଷଣ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି, ଆଜି କାଲି ପୁଷ୍ପାର ନାଁ ବେଶ ଚର୍ଚ୍ଚାରେ ରହିଛି ଏବଂ ଆମ ମୁଖ୍ୟମନ୍ତ୍ରୀଙ୍କ ନାଁର ପୁଷ୍କର ସିଂହ, କିନ୍ତୁ ଏହି ନାଁ ଶୁଣି କଂଗ୍ରେସର କର୍ମୀ ଭାବୁଛନ୍ତି ଏହି ପୁଷ୍କର ଫ୍ଲାୱାର କିନ୍ତୁ ମୁଁ ତାଙ୍କୁ କହିବାକୁ ଚାହେଁ ଆମ ପୁଷ୍କର ଫ୍ଲାୱାର ସହ ଫାୟାର । ଆମ ପୁଷ୍କର କେବେ ନଇଁବନି କି ଅଟକିବନି । ଏହାସହ ଏହି ଜନସଭାରେ କଂଗ୍ରେସକୁ ଜୋରଦାର ନିଶାନା କରି କହିଥିଲେ, କଂଗ୍ରେସ ପାଖରେ ମୁଖ୍ୟମନ୍ତ୍ରୀ ଚେହେରା ନାହିଁ ।

Related Articles

Back to top button