ଜାତୀୟରାଜନୀତି

ସହଜରେ ଜିତିଯିବେ ବିଜେପିର ଉପରାଷ୍ଟ୍ରପତି ପ୍ରାର୍ଥୀ, ଦରକାର ନାହିଁ ଅନ୍ୟ ଦଳର ସାହାଯ୍ୟ : ଏମିତି ରହିଛି ଗଣିତ

ନୂଆଦିଲ୍ଲୀ:  ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପିକୁ ସହଯୋଗୀ ଦଳଙ୍କ ଆବଶ୍ୟକତା ରହିଛି । ତେବେ ଉପରାଷ୍ଟ୍ରପତି ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ ଜିତାଇବାକୁ ବିଜେପି ପାଖରେ ପର୍ଯ୍ୟାପ୍ତ ଭୋଟ୍ ରହିଛି । ଯାହା ଜିତିବା ପାଇଁ ଯଥେଷ୍ଟ ଅଟେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଉପ ରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭାର ସଦସ୍ୟମାନେ ଭୋଟ୍ ଦେଇଥାନ୍ତି । ଏପରି ଭାବେ ଲୋକସଭାରେ ୫୪୩  ଓ ରାଜ୍ୟସଭାରେ ୨୩୨ ସାଂସଦ ରହିଛନ୍ତି ।

କମିଛି ରାଜ୍ୟସଭାରେ ବିଜେପିର ଶକ୍ତି

ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନରେ ବିଜେପିକୁ ତିନୋଟି ସିଟର କ୍ଷତି ହୋଇଛି । ଜୁଲାଇ ୧ରେ ରାଜ୍ୟସଭାରେ ବିଜେପିର ସଦସ୍ୟ ସଂଖ୍ୟା ୯୨କୁ ଖସି ଆସିଛି । ତେବେ ଲୋକସଭାରେ ବିଜେପି ପାଖରେ ପ୍ରବଳ ବହୁମତ ଅଛି । ବିଜେପି ଉପ ନିର୍ବାଚନରେ ଦୁଇଟି ଆସନରେ ବିଜୟୀ ହୋଇଛି । ଫଳରେ ବିଜେପିର ସାଂସଦ ସଂଖ୍ୟା ୩୦୩ ହୋଇଯାଇଛି । ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜେପି ପାଖରେ ୩୯୫ ସାଂସଦ ଅର୍ଥାତ ଭୋଟ୍ ରହିଛି । ବିଜୟୀ ପାଇଁ ୩୮୮ ଭୋଟ୍ ଦରକାର ଥିବା ବେଳେ ବିଜେପି ପାଖରେ ଅଧିକ ୭ ଆସନ ରହିଛି ।

ସୂଚନାଯୋଗ୍ୟ, ନିର୍ବାତନ ଆୟୋଗ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି । ଅଗଷ୍ଟ ୬ରେ ମତଦାନ ହେବ । ବର୍ତ୍ତମାନର ଉପରାଷ୍ଟ୍ରପତି ଭେଙ୍କୈୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ରେ ଶେଷ ହେବାକୁ ଯାଉଛି । ନୁଆ ଉପରାଷ୍ଟ୍ରପତି ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ କାର୍ଯ୍ୟଭାର ସମ୍ଭାଳିବେ ଓ ରାଜ୍ୟସଭାରେ ଅଧ୍ୟକ୍ଷତା କରିବେ ।

ବିରୋଧୀ ମଧ୍ୟ ଦେବେ ପ୍ରାର୍ଥୀ

ବିରୋଧୀଙ୍କ ଉପ ରାଷ୍ଟ୍ରପତି ପ୍ରାର୍ଥୀ ଜିତିବା ନେଇ ସମ୍ଭାବନା କମ୍ ରହିଛି । କିନ୍ତୁ ସେମାନେ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି । ଜଣେ ବିରୋଧୀ ନେତାଙ୍କ କହିବାନୁସାରେ, ଏନଡିଏ ପ୍ରାର୍ଥୀ ବିନା ନିର୍ବାଚନରେ ଜିତିପାରିବେ ନାହିଁ । ଏହା ରାଜନୈତିକ ଓ ବୈଚାରିକ ଲଢେଇ ଅଟେ ।

ଘୋଷଣା ହୋଇନି ପ୍ରାର୍ଥୀ

ଏନଡିଏ କିମ୍ବା ବିରୋଧୀ ଦଳ ଏଯାଏଁ ପ୍ରାର୍ଥୀ ଘୋଷଣା କରି ନାହାଁନ୍ତି । ତେବେ ବିରୋଧୀ ଅତିଶୀଘ୍ର ପ୍ରାର୍ଥୀ ଘୋଷଣା କରିବେ ବୋଲି ଜଣେ ନେତା କହିଛନ୍ତି । ତେବେ ଉଭୟ ଦଳକୁ ଜୁଲାଇ ୧୯ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିବାକୁ ହେବ । କାରଣ ଏହି ଦିନ ନାମାଙ୍କନ ଦାଖଲର ଶେଷ ଦିନ ରହିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com