Featuredଜାତୀୟ

ନେପାଳରୁ ଆସି ଅଯୋଧ୍ୟାରେ ପହଞ୍ଚିଛି ଦୁଇଟି ବିଶାଳ ଶାଳଗ୍ରାମ , ନିର୍ମାଣ ହେବ ପ୍ରଭୁ ଶ୍ରୀରାମ ଓ ମାତା ଜାନକୀଙ୍କ ବିଗ୍ରହ

ନେପାଳରୁ ୨ଟି ଟ୍ରକରେ ଶାଳଗ୍ରାମ ବୋଝେଇ ହୋଇ ଆସି ଅଯୋଧ୍ୟାରେ ପହଞ୍ଚିଛି । ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିରରେ ଶୋଭା ପାଇବେ ଦିବ୍ୟ ଶାଳଗ୍ରାମରେ ପ୍ରସ୍ତୁତ ଶ୍ରୀରାମ ଓ ସୀତାଙ୍କ ବିଗ୍ରହ । ଏଥିପାଇଁ ବୁଧବାର ରାତିରେ ସାଧୁସନ୍ଥ ଓ ସ୍ଥାନୀୟ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ । ଏହାପରେ ପ୍ରଥମେ ଗୋରଖନାଥ ମନ୍ଦିରରେ ଏହାର ପୂଜାର୍ଚ୍ଚନା କରାଯାଇଥିଲା ।

ନେପାଳର ଗଣ୍ଡକି ନଦୀରୁ ଏହି ଶାଳଗ୍ରାମ ଅଣାଯାଇଛି । ଏହି ଶାଳଗ୍ରାମର ଓଜନ ୩୦ ଟନ୍ ହେବ । ଦୁଇଟି ଶାଳଗ୍ରାମ ମଧ୍ୟରୁ ଗୋଟିଏ ୧୮ ଟନ୍ ହୋଇଥିବା ବେଳେ ଅନ୍ୟଟି ୧୨ ଟନ ଓଜନର । ଏଗୁଡିକ ୫ରୁ ୬ ଫୁଟ ଲମ୍ବ ଓ ୪ ଫୁଟ ଚଉଡ଼ା । ଆସନ୍ତା ୨୦୨୪ ମକର ସଂକ୍ରାନ୍ତି ପୂର୍ବରୁ ରାମଲାଲାଙ୍କ ବିଗ୍ରହ ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com